Pratidin TV

Odisha's Digital News Platform

ରଣବୀର ଓ ଆଲିଆଙ୍କ ଝିଅ ରାହାଙ୍କର ଆଜି ହେଉଛି ପ୍ରଥମ ଜନ୍ମିଦିନ…

1 min read

ବଲିଉଡର ଚର୍ଚ୍ଚିତ ଦମ୍ପତ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ । ୨୦୨୨ ଏପ୍ରିଲ ୧୪ ରେ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନଭେମ୍ବର ୬ ରେ ଝିିଅ ରାହାଙ୍କ ରୂପରେ ରଣବୀର ଏବଂ ଆଲିଆଙ୍କ ଜୀବନରେ ନୂଆ ସୁଖ ପ୍ରବେଶ କରିଥିଲା । ନଭେମ୍ବର ୨୪ ରେ, ଜେଜେମା ନୀତୁ କପୁର ଝିିଅର ନାମ ‘ରାହା’ ରଖିଥିଲେ । ଯାହାର ଅର୍ଥ ପବିତ୍ର ଅଟେ । ତେବେ ଆଜି ଝିଅ ରାହା କପୁରଙ୍କୁ ଏକ ବର୍ଷ ବୟସ ହୋଇଛି । ସେଥିପାଇଁ କପୁର ଏବଂ ଭଟ୍ଟ ପରିବାରରେ ଆଜି ଉତ୍ସବର ପରିବେଶ ରହିଛି । ରାତି ୧୨ ଟାରୁ ରଣବୀର ଓ ଆଲିଆ ଝିଅର ପ୍ରଥମ ଜନ୍ମଦିନ ପାଇଁ ଶୁଭେଚ୍ଛା ଗ୍ରହଣ କରିଛନ୍ତି । ତେବେ ଝିଅ ଜନ୍ମର ଏକ ବର୍ଷ ପର୍ଯ୍ୟନ୍ତ ଆଲିଆ ନିଜ ଝିଅ ରାହାଙ୍କ ଚେହେରା କ୍ୟାମେରାର ଠାରୁ ଲୁଚାଇ ରଖିଥିଲେ । ଯେତେବେଳେ ଆଲିଆ ରାହାଙ୍କ ସହ ନଜର ଆସିଥାନ୍ତି । ସେତେବେଳେ ଗଣମାଧ୍ୟମ ସାମ୍ନାରେ ସେ ରାହାଙ୍କ ଚେହେରା କଭର ଦିଅନ୍ତି । ଏହି କାରଣରୁ ଅଭିନେତ୍ରୀ ସୋସିଆଲ ମିଡିଆରେ ଅନେକ ଥର ଟ୍ରୋଲ ହୋଇଥିଲେ । ବର୍ତ୍ତମାନ, ଆଲିଆ ଏକ ଇଭେଣ୍ଟରେ ଏହା ପଛର କାରଣ ପ୍ରକାଶ କରି ଟ୍ରୋଲରମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଏହା ଉପରେ ସେ କହିଥିଲେ ଯେ ମୁଁ ମୋର ଝିଅର ମୁହଁ ଲୁଚାଇ ନାହିଁ । ଯଦି ବର୍ତ୍ତମାନ କ୍ୟାମେରା ନଥାନ୍ତା, ମୁଁ ତାଙ୍କ ଚେହେରା ଦେଖାଇଥା’ନ୍ତି । ସେ ମାତ୍ର ଏକ ବର୍ଷ ବୟସ ଏବଂ ଆମେ ତାଙ୍କୁ ସାମାଜିକ ଦୁନିଆକୁ କିପରି ଆଣିବୁ ତାହା ଜାଣିନାହୁଁ । ଆଲିଆ ଏବଂ ରଣବୀର ଅନେକ ଥର କହିଛନ୍ତି ଯେ ରାହା ତାଙ୍କ କୋଳକୁ ଆସିବା ଦିନଠାରୁ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ତେବେ ଆଜି ରାହାଙ୍କ ପ୍ରଥମ ଜନ୍ମଦିନ ଥିବା ବେଳେ ତାଙ୍କ ଚେହେରା ସାମ୍ନାକୁ ଆସିବା ନେଇ ଚର୍ଚ୍ଚା ହୋଇଛି ।

Advertisement

Leave a Reply

Your email address will not be published. Required fields are marked *