Pratidin TV

Odisha's Digital News Platform

ଶୀମଦ ଶୀମଦଭଗବତ ଗୀତାର ଏହି କଥାଗୁଡିକ କଳିଯୁଗ ଅନ୍ତ ସମୟରେ ଦେଖିବାକୁ ମିଳିବ…

1 min read

ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଇଥିବା ଉପଦେଶ ଗୁଡିକ ଶ୍ରୀମଦଭାଗବତ ଗୀତାରେ ବର୍ଣ୍ଣନା ହୋଇଛି । ଯାହା ମନୁଷ୍ୟ କୁ ଜୀବନ ବଞ୍ଚିବାର ସଠିକ ମାର୍ଗ ଦେଖାଇଥାଏ । ଗୀତାରେ ମୋଟ ୧୮ ଟି ଅଧ୍ୟାୟ ଓ ୭୦୦ ଶ୍ଳୋକ ରହିଛି । ଏହି ଶ୍ଳୋକ ଗୁଡିକ ମାଧ୍ୟମରେ ଧର୍ମର ମାର୍ଗ ଅନୁସରଣ କରି ସତ କର୍ମ କରିବାର ଶିକ୍ଷା ଦିଆଯାଇଛି । କେବଳ ଏତିକି ନୁହେଁ , ଜୀବନର ସମସ୍ତ ସମସ୍ୟାର ସମାଧାନ ମଧ୍ୟ ଶୀମଦ ଭଗବଦ ଗୀତାରେ ରହିଛି । ସେହିପରି ଗୀତାରେ କଳିଯୁଗ ସହିତ ଜଡିତ ଏଭଳି କଥା ଲେଖା ଯାଇଛି । ଯାହାକି ଅକ୍ଷରେ ଅକ୍ଷରେ ସତ୍ୟ ହୋଇଛି । ତେବେ ଆସନ୍ତୁ ଜାଣିବା ସେମଧ୍ୟରୁ ୫ ଟି କଥା ।
ତେବେ ଶୀମଦଭଗବତ ଗୀତାର ବାଣୀ ଅନୁସାରେ କଳିଯୁଗରେ ଧନକୁ ମନୁଷ୍ୟର ଭଲ ଜନ୍ମ , ଉଚିତ ବ୍ୟବହାର ଓ ଉତ୍ତମ ଗୁଣର ପ୍ରତୀକ ବୋଲି ଗ୍ରହଣ କରାଯିବ । ମନୁଷ୍ୟ ବ୍ୟବସାୟରେ ସଫଳତା ପାଇଁ ସଦା ସର୍ବଦା ଛଳନା ଉପରେ ନିର୍ଭର କରିବ।
କଳିଯୁଗ ରେ ଧର୍ମ , ସତ୍ୟବାଦିତା , ସ୍ୱଛତା , ସହିଷ୍ଣୁତା , ଦୟା , ଜୀବନର ଅବଧି , ଶାରୀରିକ ଶକ୍ତି ଓ ସ୍ମୃତି ଶକ୍ତି ଦିନକୁ ଦିନ ହ୍ରାସ ହେବାର କାରଣ ହୋଇଥାଏ ।
କଳିଯୁଗରେ ପୁରୁଷ ବିନା ବିବାହରେ ସ୍ତ୍ରୀ ସହିତ ନିଜ ରୁଚି ଅନୁସାରେ ରହିବେ । ବ୍ରାହ୍ମଣ କେବଳ ଗୋଟିଏ ପଇତା ପିନ୍ଧି ନିଜକୁ ବ୍ରାହ୍ମଣ ହେବାର ଦାବି କରିବେ ଓ ନିଜ କର୍ମକୁ ଠିକ ଭାବେ କରିବେ ନାହିଁ ।
କଳିଯୁଗ ରେ ଲୋକେ ଅନେକ ଚିନ୍ତା , ଚାପଗ୍ରସ୍ତ ହୋଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ରହିବେ । ଯାହାଦ୍ୱାରା ମନୁଷ୍ୟର ଆୟୁଷ ହ୍ରାସ ପାଇବ ।
କଳିଯୁଗର ଶେଷ ସମୟ ପର୍ଯ୍ୟନ୍ତ ଋତୁ ଅନୁସାରେ ବର୍ଷା, ଖରା, ଶୀତ ହେବା କମିଯିବ । ପ୍ରାକୃତିକ ବିପର୍ଯ୍ୟୟ ବଢ଼ିଯିବ । ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହେବ । ଜନଜୀବନ କ୍ଷତିଗ୍ରସ୍ତ ହୋଇ ମନୁଷ୍ୟ ସମାଜ ମଧ୍ୟ ନଷ୍ଟ ହୋଇଯିବ ।

Advertisement

Leave a Reply

Your email address will not be published. Required fields are marked *