Pratidin TV

Odisha's Digital News Platform

ପୃଥିବୀ ଉପରକୁ ମାଡିଆସୁଛି ବିପଦ ପରେ ବିପଦ , ନେପାଳ ପରେ ଦୋହଲିଲା ଦିଲ୍ଲୀ….

1 min read

ନୂଆଦିଲ୍ଲୀ ; ସୋମବାର ଅପରାହ୍ନରେ ପୁଣି ଥରେ ନେପାଳରେ ୫.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିବାରୁ ଦିଲ୍ଲୀ ଏବଂ ନିକଟବର୍ତ୍ତୀ ସହରରେ ପ୍ରବଳ କମ୍ପନ ଅନୁଭୂତହୋଇଛି । NCS ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ଣ ୪ ଟା ୧୬ ରେ ଭୂକମ୍ପ ଝଟ୍‌କା ଲାଗିଥିବା ଜଣାପଡିଛି ।

ଗତ ଶୁକ୍ରବାର ଦିନ ନେପାଳରେ ଏକ ଶକ୍ତିଶାଳୀ ୬.୪ ଭୂକମ୍ପ ହୋଇଥିଲା ବେଳେ ଆଜି ତ୍ରୀବତା ୫.୬ ଅଛି ।

Advertisement

ଗତ ଚାରି ଦିନ ମଧ୍ୟରେ ନେପାଳରେ ଏହା ହେଉଛି ତୃତୀୟ ବଡ଼ ଭୂକମ୍ପ। ଏହାପୂର୍ବରୁ ଶୁକ୍ରବାର ରାତିରେ (ନଭେମ୍ବର 3) ନେପାଳରେ ଦିଲ୍ଲୀ-ଏନସିଆର ଅଞ୍ଚଳ, ବିହାର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତରେ 6.4 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *