ମରାଣାନ୍ତକ ଆକ୍ରମଣର ସିକାର ହେଲେ ଓଡିଆ ଫାଇଟର
1 min readଭୁବନେଶ୍ୱର : ଓଡିଆ ଏମ୍ଏମଏ ଫାଇଟର୍ ଶ୍ରୀକାନ୍ତ ଶେଖରଙ୍କୁ ଦିଲ୍ଲୀର ଏକ ପ୍ରତିଯୋଗିତା ଅବସରରେ ମରଣାନ୍ତକ ଆକ୍ରମଣ ହୋଇଛି ।ତାଙ୍କୁ ଆଫଗାନିସ୍ତାନର ଫାଇଟର ଅବଦୁଲ ବଦାସ୍କି ଓ ତାଙ୍କର କିଛି ସମର୍ଥକ ହଠାତ୍ ମାଡମାରି ଲହୁଲୁହାଣ କରିଦେଇଥିଲେ । ଶ୍ରୀକାନ୍ତ ସଂପତି ଡାକ୍ତରଖାନାରେ ଚିକିଚ୍ଛିତ ହେଉଛନ୍ତି । ଅନ୍ୟପକ୍ଷରେ ବଦାସ୍କି ଗିରଫ ହେବା ଭୟରେ ଫେରାର ହୋଇଯାଇଛନ୍ତି ଶ୍ରୀକାନ୍ତଙ୍କ ଘର ଭରବଙ୍କନଶ୍ୱର ଭିଏସଏସ ନଗର ଅଞ୍ଚଳରେ ହୋଇଥିଲା ବେଳେ ଦୀର୍ଘଦିନ ହେବ ସେ ଏମ୍ଏମ୍ଏ ଫାଇଟ କରିଆସୁଛନ୍ତି । ଏକ ଲଢେଇ ବେଳେ ଅନ୍ୟତମ ଆଫଗାନ ଫାଇଟର ଜହୁର ଶାହାଙ୍କ ପ୍ରତିପକ୍ଷଙ୍କୁ ଉତ୍ସାହିତ କରୁଥିଲେ ଶ୍ରୀକାନ୍ତ । ଏଥିରେ ଉତକ୍ଷିପ୍ତ ହୋଇ ହିଁ ବଦାସ୍କି ତାଙ୍କୁ ଆକ୍ରମଣ କରିଥିଲେ । ତେବେ ବଦାସ୍କି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନଥିଲେ ବେଳେ ଆୟୋଜକ ମଧ୍ୟ ତାଙ୍କୁ ନିମନ୍ôଣ କରିନଥିଲେ । ଏଭଳି ପରିସ୍ଥିତିରେ ସେ କିଭଳି ପ୍ରତିଯୋଗିତା ସ୍ଥଳକୁ ଆସିଲେ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀକାନ୍ତ ମଧ୍ୟ ତାଙ୍କ ବିରୋଧରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ମାମଲାରେ ଦାୟର କରି ବଦାସ୍କିଙ୍କୁ ଖୋଜୁଛି ।