ବାରମ୍ବାର ଭୂକମ୍ପ ହେଉଥିବା ପଛରେ ଲୁଚି ରହିଛି ଏହି ବଡ କାରଣ…
1 min readପ୍ରତିବର୍ଷ ଦୁନିଆର ବିଭିନ୍ନ ଅଞ୍ଚଳରେ ଛୋଟ ଏବଂ ବଡ ଭୂକମ୍ପ ହୁଏ । ବିଶେଷଜ୍ଞଙ୍କ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ୨୦ ହଜାରରୁ ଅଧିକ ଥର ଭୂକମ୍ପ ଘଟିଥାଏ । ପୃଥିବୀ ପୃଷ୍ଠରେ ଯେଉଁଠାରେ ପଥର ପରସ୍ପର ସହିତ ଧକ୍କା ହୁଏ କିମ୍ବା ଭାଙ୍ଗିଯାଏ । ଏହାକୁ ଭୂକମ୍ପର କେନ୍ଦ୍ରସ୍ଥଳି କୁହାଯାଏ । ଏହି କେନ୍ଦ୍ରରୁ ଶକ୍ତି ତରଙ୍ଗ ଏବଂ କମ୍ପନ ଏବଂ ଭୂକମ୍ପ ଆକାରରେ ବିସ୍ତାର ହୁଏ । ଯେତେବେଳେ ଆମେ ଏକ ପଥର ଖଣ୍ଡକୁ ପାଣିରେ ପକାଇଥାଉ। ସେତେବେଳେ ତରଙ୍ଗ ଯେପରି ବିସ୍ତାର ହୋଇଥାଏ ସେହିପରି ଏହି କମ୍ପନ ମଧ୍ୟ ଠିକ୍ ଏହିପରି ଭାବରେ ସ୍ଥଳଭାଗକୁ ଦେହାଲାଇ ଥାଏ । ତେବେ ଦେଖିବାକୁ ଗଲେ ପୃଥିବୀରେ ସର୍ବାଧିକ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୁତ ହୋଇଥାଏ । ଏହି ଦେଶ ରିଙ୍ଗ ଅଫ୍ ଫାୟାରରେ ଅବସ୍ଥିତ, ଯେଉଁ କାରଣରୁ ଏଠାରେ ଅଧିକ ଭୂକମ୍ପ ଘଟିଥାଏ । ତେବେ ଆମ ଦେଶରେ ଦେଖିବାକୁ ଗଲେ ନେପାଳ ରେ ଅଧିକ ଭୁକମ୍ପ ଅନୁଭୁତ ହୋଇଥାଏ । ଆଉ ଆଜି ମଧ୍ୟ ଦିଲ୍ଲୀରେ ଅନୁଭୁତ ହୋଇଥିବା ଭୁକମ୍ପର କେନ୍ଦ୍ରସ୍ଥଳି ହେଉଛି ନେପାଳ ।
ତେବେ ଗତ ନଭେମ୍ବର୩ ଶୁକ୍ରବାର ରାତିରେ ନେପାଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଯେଉଁଥିରେ ପାଖାପାଖି ୧୫୦ ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିଲେ । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଭାରତର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶରେ ମଧ୍ୟ ଏହା ଅନୁଭୂତ ହୋଇଥିଲା । ତେବେ ନେପାଳ ଏଭଳି ଭୂକମ୍ପ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ୨୦୧୫ ରେ ହୋଇଥିବା ଭୂକମ୍ପରେ ପାଖାପାଖି ୮ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ନେପାଳରେ ବାରମ୍ବାର ଭୂକମ୍ପ କାହିଁକି ଘଟେ, ପୃଥିବୀ ତଳେ କ’ଣ ଲୁଚି ରହିଛି, ଯାହା ଦ୍ୱାରା ବାରମ୍ବାର କମ୍ପନ ସୃଷ୍ଟି ହେଉଛି ।
ତେବେ ପୃଥିବୀ ପୃଷ୍ଠରେ ଘଟୁଥିବା ଭୈାଗୋଳିକ ପ୍ରକ୍ରିୟା ଏବଂ ଟେକ୍ଟୋନିକ୍ ପ୍ଲେଟ୍ ପାରସ୍ପରିକ କ୍ରିୟା ହେତୁ କେତେକ କ୍ଷେତ୍ରରେ ବାରମ୍ବାର ଭୂକମ୍ପ ହୁଏ । ସେହିପରି ନେପାଳର ଅବସ୍ଥାନ ଏବଂ ଏହାର ଭୈାଗୋଳିକ ଦୃଷ୍ଟି କୋଣକୁ ଦେଖିବାକୁ ଗଲେ ଏହାର ଦୁଇଟି ବଡ ଟେକ୍ଟୋନିକ୍ ପ୍ଲେଟର ଧାରରେ ଅବସ୍ଥିତ । ଟେକ୍ଟୋନିକ୍ ପ୍ଲେଟଗୁଡିକରେ କାର୍ଯ୍ୟକଳାପ ଅଛି ଏବଂ ସେମାନେ ପରସ୍ପର ସହିତ ଗତି ଏବଂ ଧକ୍କା ହୋଇଥାନ୍ତି । ଯେତେବେଳେ ଏହି ଦୁଇଟି ପ୍ଲେଟ୍ ଧକ୍କା ହୁଏ, ନେପାଳରେ ଭୂକମ୍ପ ହୁଏ ।