Pratidin TV

Odisha's Digital News Platform

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ…

1 min read

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଅଗରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ନିଆଳି ବ୍ଲକ୍ ଅନ୍ତର୍ଗତ ଅଲଣା ପଞ୍ଚାୟତ ଅଥଙ୍ଗା- ପସଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି କରି ସୋମବାର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣାରେ ବସିଥିବାବେଳେ ବ୍ଲକ୍ ଶିକ୍ଷାଅଧିକାରିଣୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ କଥାରେ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି ।

ଘଟଣାରୁ ପ୍ରକାଶ ଉକ୍ତ ବିଦ୍ୟାଳୟରେ ଶଷ୍ଠର, ସପ୍ତମ ଶ୍ରେଣୀରେ ମୋଟ ୨୪ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ଥିବା ଅନ୍ୟ ଶିକ୍ଷକ ମାନେ ଅବସର ନେବା ପରେ ଜଣେ ମାତ୍ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ସେ ଗତ ୩୧ ତାରିଖରୁ ଅବସର ନେବାପରେ ଉକ୍ତ ବିଦ୍ୟାଳୟରେ କେହି ହେଲେ ଶିକ୍ଷକ ନାହାନ୍ତି । ଗତ ୨ ତାରିଖରୁ ଅଭିଭାବକ ମାନେ ଏନେଇ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇଥିଲା । ଯେଉଁଥିପାଇଁ ସୋମବାର ଦିନ ୧୦ଟାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷକ ନିଯୁକ୍ତି ଦାବି କରି ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେପଟେ ଏନେଇ ମଣ୍ଡଳ ଶିକ୍ଷା ଅଧିକାରିଣୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଉକ୍ତ ବିଦ୍ୟାଳୟଟି ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟ ହୋଇଥିବାରୁ ନିୟମ ଅନୁଯାୟୀ ସେଠାରେ ଶିକ୍ଷକ ନିଯୁକ୍ତି କରାଯାଇ ପାରିବ ନାହିଁ । ଏନେଇ ଗତ ମାସ ୬ ତାରିଖରୁ ପ୍ରଧାନ ଶିକ୍ଷକଙ୍କୁ ଚିଠି କରାଯାଇଛି ବୋଲି ।

ମାତ୍ର ନୂଆଗାଁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ୨କିମି ଦୂର ରାଧାକାନ୍ତ ମଧ୍ୟ ଇଂରାଜୀ ବିଦ୍ୟାଳୟଟି ବ୍ଲକ୍ ଗ୍ରାଣ୍ଟ ହୋଇଥିବା ବେଳେ ସେଠାରେ କିପରି ନୂତନ ଶିକ୍ଷକ ନିଯୁକ୍ତି କରାଯାଇଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ଚରଣ ମହାପାତ୍ର କହିଛନ୍ତି ଯେ ବିଦ୍ୟାଳୟରେ ସେ ଏକମାତ୍ର ପ୍ରଧାନ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ବେଳେ ଗତ ୩୧ ତାରିଖରେ ଅବସର ନେଇଥିବାରୁ ଶିକ୍ଷାଅଧିକାରିଣୀ ଗତ ୩୦ତାରିଖ ଦିନ ତାଙ୍କ କାର୍ଯ୍ୟାଳୟକୁ ଡ଼ାକି ମୌଖକ ଭାବେ ବିଦ୍ୟାଳୟର ପିଲାମାନଙ୍କୁ ଟିସି ଦେବା ପାଇଁ କହିଥିଲେ । ମାତ୍ର ଏନେଇ କାର୍ଯ୍ୟାଳୟ ପକ୍ଷରୁ ଚିଠି କରିବା ପାଇଁ କହିବାରୁ ଚିଠି କରାଯାଇ ପାରିବ ନାହିଁ ବୋଲି ସେ ରୋକଠୋକ ମନା କରିଥିଲେ ।

Leave a Reply

Your email address will not be published. Required fields are marked *