Pratidin TV

Odisha's Digital News Platform

ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି କରୁଣା ଓ ଚନ୍ଦ୍ରମା, ଆଖିରୁ ସୁଖୁନି ଲୁହ…

1 min read

ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ପଂଚାୟତ ଅନ୍ତର୍ଗତ ବୁରୁପଦା ଗ୍ରାମର କରୁଣାକର ଓ ଚନ୍ଦ୍ରମା । ଉଭୟଙ୍କ ବୟସ ପ୍ରାୟ ସତୁରୀ ପାର ହେଲାଣି । କିନ୍ତୁ ଏବେ ମଧ୍ୟ ହାର ମାନି ନାହାନ୍ତି ଦୁହେଁ । ଘରକହିଲେ ପୁରୁଣା କାଳର ଭଙ୍ଗା ଫଟା ଆଜବେଷ୍ଟକୁ ନେଇ ନିର୍ମିତ ଘର । ତାହାବି ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦିଶୁଛି । ଏହିଘରେ ରୋଷେଇ ଆଉ ଏହିଘରେ ଉଠାବସା ଓ ସୁବକିଛି ହେଉଛି । ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏହି ଘର କରୁଣା ଓ ଚନ୍ଦ୍ରମାଙ୍କର ନିଜଘର ନୁହଁ । ଘରଟି ହେଉଛି ଗ୍ରାମବାସୀ କୋଠ ଘର । ଫାଇଲିନ ହୁଡୁ ହୁଡୁ ବାତ୍ୟାରେ ଯେତେବେଳେ ସେମାନଙ୍କର ଘର ଭାଙ୍ଗିଗଲା, ଗ୍ରାମ ବାସୀ ସେମାନଙ୍କୁ ଏହି ଘରେ ରହିବାକୁ ଦେଇଛନ୍ତି ଆଶ୍ରୟ । କାରଣ ନିଜର ଯାହା ଘର ଥିଲା ତାହା ଏବେ ଭାଙ୍ଗି ଚୁରୁମାର ହୋଇ ଯାଇଛି । ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବାସ ଖଣ୍ଡେ ପାଇପାରିଲେ ନାହିଁ । କରୁଣା କର ଯାହା ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ସେଥିରେ କଷ୍ଟେ ମଷ୍ଟେ ଚଳିଯାଉଥିଲେ । ହେଲେ ଏବେ ସେତକ ବି ମିଳୁନାହିଁ ବୋଲି କହିଛନ୍ତି କରୁଣା । ଏପଟେ ଚନ୍ଦ୍ରମାଙ୍କ ବୟସ ବି ସତୁରୀ ପାର ହେଲେବି ସେ ଭତ୍ତାରୁ ବଞ୍ଚିତ । ଯାହା ପଞ୍ଚାଯତ ଚାଉଳ ମିଳେ ସେଥିରେ ଗୁଜରାଣ ମେଣ୍ଟି ଯାଏ । ନହେଲେ ଭୋକ ଉପାସରେ ଦିନ କଟେ ।

ଖାଲି ସେତିକିରେ ଏମାନଙ୍କ ଦୁଃଖ ସରିନି । ଘରେ ଭେଣ୍ଡା ପୁଅର ଅକାଳରେ ମୃତ୍ୟୁ ହୋଇଥିବାରୁ ତାକୁ ଝୁରି ଝୁରି ଦିନ କାଟୁଛନ୍ତି କରୁଣା ଓ ଚନ୍ଦ୍ରମା । ଏବେ ବୃଦ୍ଧା ଦମ୍ପତିଙ୍କୁ ସାହାରା ବୋଲି କେହି ନାହିଁ । ସାହି ପଡିସା ଦୁଃଖ ଦେଖି ନପାରି କିଛି ଦେଲେ ସେଥିରେ ଚଳିଯାଏ । କୁଲି ମଜୁରି ତ ଏବୟସରେ କରିବା ଅସମ୍ଭବ । ଜଙ୍ଗଲରୁ ଶିଆଳି ପତ୍ର ଆଣି ଖଲି ପତ୍ର ସିଲାଇ ବିକୁଛନ୍ତି । ଏମାନଙ୍କ ଲାଗି ଦୁନିଆର ସବୁ ଦୁଃଖ ରହିଥିବା ଭଳି ମନେ ହେଉଛି । ସେହି ଭଳି ଏ କରୁଣା ଓ ଚନ୍ଦ୍ରମାଙ୍କ ଜୀବନରେ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *