Pratidin TV

Odisha's Digital News Platform

ଭଗବାନଙ୍କ ଦର୍ଶନ ସାରି ଫେରୁଥିଲେ ବୃଦ୍ଧା,ଲହୁଲୁହାଣ କରିଦେଲେ ଦୁର୍ବୃତ୍ତ ଫୋନ ସହ ଛଡାଇ ନେଲେ ସୁନାଚେନ୍‌..

ବୌଦ୍ଧ: ସହରରେ ଲୁଟେରାଙ୍କ ବଢି ଚାଲିଛି ଆତଙ୍କ ରାଜ । ରାତି କି ଦିନ କିଛି ମାନୁ ନାହାନ୍ତି ଲୁଟେରା । ବୌଦ୍ଧ ଜିଲ୍ଲାରେ ଲୁଟାରେ ଘଟଣାଇଛନ୍ତି କାଣ୍ଡ । ଯାହାଫଳରେ ସେଠାରେ ଖେଳିଯାଇଛି ଭୟ । ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହେଲେ ବରିଷ୍ଠ ନାଗରିକ । ସହର ସ୍ଥିତ ହନୁମାନ ମନ୍ଦିର ରାସ୍ତାରେ ଆକ୍ରମଣ କଲେ ଦୁର୍ବୃତ୍ତ । ପୋଡ଼ା ପୋଡ଼ା ର ଘାସିରାମ ଅଗ୍ରୱାଲ ଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ମାରିଲେ ଦୁର୍ବୃତ୍ତ । ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ସହିତ ଟଙ୍କା ଓ ମୋବାଇଲ ଲୁଟିନେଲେ । ଆକ୍ରମଣ ର ଶିକାର ହୋଇଥିବା ଘାସିରାମ ଙ୍କୁ ଗୁରୁତର ଭାବେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।

ସୂଚନା ଅନୁଯାୟୀ ବୌଦ୍ଧ ସହରର ପୋଡାପଡା ନିବାସୀ ଘାସିରାମ ଅଗ୍ରୱାଲା ନିକଟସ୍ଥ ହନୁମାନ ମନ୍ଦିରରେ ଦର୍ଶନ କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ବୁତମାନଙ୍କ ତାଙ୍କୁ ଅଟକାଇ ତାଙ୍କୁ ମାରପିଟ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହା ପରେ ତାଙ୍କ ପାଖରେ ଥିବା ମୋବାଇଲ ଫୋନ, ଟଙ୍କା ପଇସା, ପିନ୍ଧିଥିବା ସୁନା ଚେନ ଛଡାଇ ନେଇ ଫେରାର ହୋଇଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବୌଦ୍ଧ ଆଦର୍ଶ ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଫେରାର ଥିବା ଲୁଟେରା ଙ୍କୁ ଏ ପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇ ପାରିନାହିଁ ବୌଦ୍ଧ ପୋଲିସ୍ ।

Leave a Reply

Your email address will not be published. Required fields are marked *