Pratidin TV

Odisha's Digital News Platform

ଟପ୍ ୱାନରେ ଶୁବମନଙ୍କୁ ଦେଖି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସାରା ଦେଲେ ଏଭଳି ଇସାରା, ଫ୍ୟାନ୍ସ ହେଲେ ଖୁସି..

1 min read

ନିଜର ଦମଦାର ବ୍ୟାଟିଂରେ ସାରା ବିଶ୍ୱକୁ ପାଗଳ କରି ରଖିଛନ୍ତି ଭାରତର ପ୍ରିନ୍ସ ଶୁବମନ ଗିଲ୍ । ତାଙ୍କର ଧୂଆଁଦାର ବ୍ୟାଟିଂ ସହ ଲୁକ୍ସ ପାଇଁ ପାଗଳ କୋଟି କୋଟି ଲୋକ । ତେବେ ଗତକାଲି ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଷ୍ଟାର ଇଣ୍ଡିଆର ଓପନର୍ ଶୁବମନ ଗିଲ ବିଶ୍ୱର ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କ ପୂର୍ବରୁ୧୪ ଏପ୍ରିଲ ୨୦୨୧ ପରଠାରୁ ପାକିସ୍ତାନ ଅଧିନାୟକ ବାବର ଆଜାମ ଶୀର୍ଷରେ ରହି ଆସୁଥିଲେ । ତେବେ ଗତକାଲି ଏହି ତାଲିକାର ଟପରେ ଶୁବମନ ବିରାଜମାନ କରିଛନ୍ତି ।

ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଦିନି୍‌କିଆ ର଼୍ୟାଙ୍କିଙ୍ଗ ଅନୁଯାୟୀ ଗିଲ ୮୩୦ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ଥିବାବେଳେ ବାବର ଆଜାମ ୨୨୪ ପଏଣ୍ଟ ସହ ୨ୟ ସ୍ଥାନରେ ଅଛନ୍ତି । ବିଶ୍ୱକପରେ ଖେଳିଥିବା ସ୍କୋର ପାଇଁ ଶୁବମନ ଶୀର୍ଷକୁ ଆସି ଯାଇଛନ୍ତି । ଗିଲଙ୍କ ଏହି ସଫଳତା ଦେଖି ସାରା ଦେଶ ଖୁସିଥିବା ବେଳେ ଏଥିରୁ କିଭଳି ବା ବାଦ ପଡିବେ ସାରା ତେନ୍ଦୁଲକର । ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି ଯେ ଶୁବମନ ଏବଂ ଭିତରେ ଚାଲିଛି ଲୁଚାଛପା ପ୍ରେମ । ତେବେ ୨ଟି ସାରାଙ୍କୁ ନେଇ ୟୁଜର୍ସ କନଫ୍ୟୁଜରେ ରହି ଆସୁଛନ୍ତି । କାରଣ ଅଭିନେତ୍ରୀ ସାରା ଅଲ୍ଲୀ ଖାନ କି ସାରା ତେନ୍ଦୁଲକର କାହାକୁ ଡେଟ କରୁଛନ୍ତି ଶୁବମନ ତାକୁ ନେଇ ଏପର୍ଯ୍ୟନ୍ତ ସସପେନ୍ସ ଲାଗି ରହିଛି ।

Advertisement

ହେଲେ ଅନେକ ସମୟରେ ଭାରତର ମ୍ୟାଚ ଦେଖିବାକୁ ମୈଦାନରେ ସଚିତ ତେନ୍ଦୁଲକରଙ୍କ ଝିଅ ସାରା ଷ୍ଟାଡିୟମରେ ଉପସ୍ଥିତ ରହିଥାନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଜାଣି ସାରିଲେଣି ଯେ ଶୁବମନ ସାରା ତେନ୍ଦୁଲକରଙ୍କୁ ଡେଟ କରୁଛନ୍ତି । ତେବେ ଉଭୟ ଏହାକୁ ଅଫିସିଆଲ କରି ନଥିଲେ ସୁଧା ଅନେକ ସମୟରେ ସାରା ଶୁବମନଙ୍କୁ ଚିୟର କରିବା ପାଇଁ ଷ୍ଟାଡିୟମରେ ଥିବା ନେଇ କ୍ୟାମେରାରେ କଏଦ ହୋଇଥାନ୍ତି ।

ହେଲେ ଗତକାଲି ଶୁବମନ ଟପ ୧କୁ ଆସିବା ପରେ ସୋସିଆଲ ମିଡିଆରେ ସାରା ରିକଆକ୍ସନ ଦେଖିବାକୁ ମିଳିଛି । ନିଜ ଟ୍ୱିଟର ଆକାଉଣ୍ଟରେ ଶୁବମନଙ୍କ ଫଟୋ ପୋଷ୍ଟ କରି ନିଜ ଖୁସି ଜାହିର କରିଛନ୍ତି ସାରା । ତେବେ ଏହି ଆକାଉଣ୍ଟ ଟି ବ୍ଲୁ ଟିକ ସହ ଭେରିଫାଏଡ ଥିବାରୁ ଏହା ଅସଲି ଆକାଉଣ୍ଟ ବୋଲି ଅନୁମାନ କରାଯାଉଛି ।ତେବେ ଏହା କେତେ ଦୁର ସତ ତାହା ଜଣା ପଡି ନାହିଁ । ତେବେ ଯଦି ଏହା ସତ ତାହା ହେଲେ ସାରାଙ୍କ ପକ୍ଷରୁ ସେମାନଙ୍କ ପ୍ରେମ ସମ୍ପର୍କରେ ମୋହର ଲାଗିଥିବା ନେଇ ଜଣା ପଡିଛି ।

Leave a Reply

Your email address will not be published. Required fields are marked *