Pratidin TV

Odisha's Digital News Platform

ଜେଲ ଗଲେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…

1 min read

ବଲାଙ୍ଗୀର: ଗିରଫ ହେଲେ ନକଲି ଶିକ୍ଷକ । ନକଲି ସାର୍ଟିଫିକେଟରେ କରୁଥିଲେ ସରକାରୀ ଚାକିରୀ । ଆଉ ପାଉଥିଲେ ମୋଟା ଅଙ୍କର ଦରମା । ହେଲେ ଧରାପଡି ଗଲେ ଜେଲ । ହଁ ଆଜ୍ଞା ନକଲି ସାର୍ଟି ଫିକେଟରେ ଅନେକ ଶିକ୍ଷକ ଚାକରୀ ପାଇ ଧରା ପଡିଥିଲା ବେଳେ ସେହିଭଳି ଜାଲ୍ ସାର୍ଟିଫିକେଟ ଦେଇ ଜଣେ ପପ୍ରଧାନ ଶିକ୍ଷକ ଜଣକ ଗିରଫ ହୋଇଛନ୍ତି । ତେବେ ଏହି ନକଲି ଶିକ୍ଷକ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର । ତାଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା । ଜାଲ ବିଇଡି ସାର୍ଟିଫିକେଟ ଦାଖଲ କରିଥିବା ନେଇ ସ୍ପଷ୍ଟ ହେବା ପରେ ଗୁଡ଼ଭେଲା ବ୍ଲକ ଶିକ୍ଷା ଅଧିକାରୀ ତୁଷରା ଥାନାରେ ପ୍ରଧାନଙ୍କ ନାଁରେ ଅଭିଯୋଗ କରିଥିଲେ । ତେବେ ହାଇକୋର୍ଟ ଦ୍ୱାରସ୍ଥ ହେବା ପରେ ଶିକ୍ଷକଙ୍କୁ ଗିରଫ ନ କରିବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଜାମିନ ନାମଞ୍ଜୁର ହେବା କାରଣରୁ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ପୋଲିସ ଗିରଫ କରିଥିବା ଏସ୍ଡିପିଓ ତୋଫାନ ବାଗ୍ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *