Pratidin TV

Odisha's Digital News Platform

ମାନସିକ ବିକୃତ ମହିଳାକୁ ଦୁଷ୍କର୍ମ କଲା ରାକ୍ଷସ ଡ୍ରାଇଭର…

1 min read

ନୟାଗଡ଼ ; ହଜିଯାଇଛି ମାନବିକତା ,ଯୌନ ଳାଳସାରେ ରାକ୍ଷସ ପାଲଟିଯାଉଛି ମଣିଷ । ବୁଧବାର ରାଜଧାନୀ ଭୁବନେଶ୍ୱରରେ ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ବେଳେ ଆଜି ନୟାଗଡ ଜିଲ୍ଲାରେ ଘଟିଯାଇଛି ଜଘନ୍ୟକାଣ୍ଡ। ଖବର ଅନୁଯାୟୀ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ତଥା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବାଉଁଶିଆପଡା ଗାଁର ଜଣେ ଗାଡ଼ି ଚାଳକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଜଣେ ମାନସିକ ବିକୃତି ଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ କେହି ଦୁଷ୍କର୍ମ କରିଛି ।

ସକାଳୁ ସକାଳୁ ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ଖବର ଇଟାମାଟି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ‘ପାଣ୍ଡା’ ଏଭଳି କରିଥିବା କହିଛନ୍ତି।

Advertisement

‘ପାଣ୍ଡା’ ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ। ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ। ପୋଲିସ ପକ୍ଷରୁ ପୀଡିତା ଓ ତାଙ୍କ ପରିବାର ଲୋକଙ୍କୁ ପଚରା ଉଚୁରା ଚାଲିଥିବା ବେଳେ ଏଭଳି ସ୍ଥିତିକୁ ନେଇ ପୁଲିସର ପଦକ୍ଷେପ କ’ଣ ରହୁଛି ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *