Pratidin TV

Odisha's Digital News Platform

ବିଦ୍ୟାଳୟ ସହ ଯୋଡି ହେଉଛି ନନ୍ଦନକାନନ, ‘ଜୁ ଆମ୍ବାସାଡର’ ହେବାକୁ ଛାତ୍ରଛାତ୍ରୀମାନେ କରନ୍ତୁ ଏହି ସାଇଟରେ ଆବଦେନ..

1 min read

ଚଳିତ ବର୍ଷ ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ ସହ ଯୋଡ଼ିହେବେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ । ପିଲାମାନଙ୍କ ଭିତରେ ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ଲେଖାଏ ଛାତ୍ର/ଛାତ୍ରୀଙ୍କୁ ‘ଜୁ ଆମ୍ବାସାଡର’ ଭାବେ ଚୟନ କରାଯିବ । ଏନେଇ ସୂଚନା ଦିଆଯାଇଛି । ଏହାପ ଚର କାରଣ ହେଉଛି ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଆଗକୁ ବୃଦ୍ଧି କରିବା ଲକ୍ଷ୍ୟ ହାସଲ କରିବାକୁ ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ଏକ ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେବେ ଏଥିରେ କେବଳ ୭ମ, ୮ମ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ‘ଜୁ ଆମ୍ବାସଡାର’ ପାଇଁ ଆବେଦନ କରି ପାରିବେ ।

ସ୍କୁଲର ଛୋଟ ଛୁଆଙ୍କୁ ଏଥିପାଇଁ ଅନୁମତି ମିଳି ନାହିଁ । ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନନ୍ଦନକାନନ ୱେବସାଇଟ୍ https://www.nandankanan.org/Zoo-Ambassador-Programme.php ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକୁ ଷ୍ଟଡି ମ୍ୟାଟେରିଆଲ୍ ପଠାଯିବ । ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସମସ୍ତ ବିଦ୍ୟାଳୟରେ ଏହାର ଏକ ପରୀକ୍ଷା କରାଯିବ । ପରୀକ୍ଷା ଶେଷ ହେବା କ୍ଷଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ତୁରନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବେ । ପରୀକ୍ଷାରେ ଶୀର୍ଷରେ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ନନ୍ଦନକାନନର ‘ଜୁ ଆମ୍ବାସଡାର’ ଭାବେ ଚୟନ କରାଯିବ । ପ୍ରତି ବିଦ୍ୟାଳୟରୁ ଜଣେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ଏବଂ ଚୟନ ପାଇବା ପରେ ତାଙ୍କ କାର୍ଯ୍ୟକାଳ ୨୦୨୪ ଜାନୁଆରି ୧ରୁ ଡିସେମ୍ବର ୩୧ଅର୍ଥାତ ଗୋଟେ ବର୍ଷ ପର୍ଯ୍ୟନ୍ତ ରହିବ ।

Advertisement


ସାଧାରଣତଃ ବନ୍ୟଜନ୍ତୁ ସଂରକ୍ଷଣ ବିଶେଷଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ପର୍କିତ ତଥ୍ୟ ଓ ଖବର ‘ଜୁ ଆମ୍ବାସଡାର’ମାନଙ୍କୁ ନିୟମିତ ପ୍ରଦାନ କରାଯିବ । ସେମାନଙ୍କୁ ଏକ ସାର୍ଟିଫିକେଟ୍ ସହ ବ୍ୟାଜ୍ ଦିଆଯିବ । ‘ଜୁ ଆମ୍ବାସଡାର’ ନିଜ ପରିବାର ଦୁଇଜଣ ସଦସ୍ୟଙ୍କ ସହ ବର୍ଷକ ମଧ୍ୟରେ ଦୁଇ ଥର ମାଗଣାରେ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ । ଏହା ବ୍ୟତୀତ ନିଜ କାର୍ଯ୍ୟକାଳ ସମୟରେ ମାଗଣାରେ ନନ୍ଦନକାନନ ବୁଲିପାରିବେ । ନନ୍ଦନକାନନ ପକ୍ଷରୁ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍‌ରେ ହେଉଥିବା ଦିବସ ପାଳନରେ ସମ୍ପୃକ୍ତ ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିପାରିବେ । ରବିବାର ଅନୁଷ୍ଠିତ ହେଉଥିବା ବାର୍ଡ ୱାକ୍‌, ପୋକ ଦେଖିବା, ଟ୍ରି ୱାକ୍‌, ପକ୍ଷୀ ଗଣନା ପରି କାର୍ଯ୍ୟକଳାପରେ ଭାଗ ନେଇପାରିବେ । ତେବେ ବର୍ଷ ଶେଷରେ ସଫଳତାର ସହଏକ ପ୍ରମାଣପତ୍ର ପାଇବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *