Pratidin TV

Odisha's Digital News Platform

ଆଜି ପବିତ୍ର ଧନତେରାସରେ ପୂଜା ପାଆନ୍ତି ଭଗବାନ ଧନ୍ୱନ୍ତରୀ , ଜାଣନ୍ତୁ କିଏ ଏହି ଦେବତା ?

1 min read

ଭୁବନେଶ୍ୱର ; ଆଜି ପବିତ୍ର ଧନତେରଶରେ ଭଗବାନ ଧନ୍ୱନ୍ତରୀଙ୍କୁ ବିଶେଷ ଭାବେ ପୂଜା କରାଯାଏ । ତାଙ୍କୁ ଆୟୁର୍ବେଦିକର ଜନ୍ମଦାତା ମଧ୍ୟ କୁହାଯାଏ । ଭଗବାନ ବିଷ୍ଣୁଙ୍କ ଏକ ଅବତାର ହେଉଛନ୍ତି ଧନ୍ୱନ୍ତରୀ । ପ୍ରତିବର୍ଷ ଦୀପାବଳି ପୂର୍ବରୁ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରାସ୍ ରୂପେ ପାଳନ କରାଯାଏ। ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ଦେବବୈଦ୍ୟ ଶ୍ରୀଧନ୍ବନ୍ତରୀଙ୍କର ପୂଜା କରିବା ବିଧି ମଧ୍ୟ ଚଳିଆସୁଛି। କିନ୍ତୁ ଆଜିବି ଅନେକ ଲୋକ ଭଗବାନ ଧନ୍ବନ୍ତରୀଙ୍କବିଷୟରେ ଅବଗତ ନାହାନ୍ତି । କାରଣ ଆଧୁନିକ ଚିକିତ୍ସା ଆସିବା ପରେ ଲୋକମାନେ ଆୟୁର୍ବେଦ ସହ ତାର ସ୍ରଷ୍ଟାଙ୍କୁ ଭୁଲିବାକୁ ବସିଲେନି ।

ସେହିଭଳି ଧନତେରାସ ରେ କେବଳ ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରାଯାଉଛି ଯାହାଫଳରେ କ୍ରମଶ ଲୋକ ନ୍ବନ୍ତରୀଙ୍କୁ ଭୁଲିବାକୁ ଲାଗିଲେଣି। ଆପଣମାନେ ଜାଣିବା ଉଚିତ୍ ଯେ ଧନତେରାସ୍ କେବଳ ସୁନାଗହଣା କିଣିବାର ଦିବସ ନୁହେଁ, ଏହା ପଛରେ ଅନେକ ବୈଜ୍ଞାନିକ ତତ୍ତ୍ବ ମଧ୍ୟ ରହିଛି।

Advertisement

ସମୁଦ୍ର ମନ୍ଥନ ସମୟରେ ଧନ୍ୱନ୍ତରୀଙ୍କ ସୃଷ୍ଟି ହୋଇଥିଲା -ଶ୍ରୀ ଧନ୍ବନ୍ତରୀ ସମୁଦ୍ରମନ୍ଥନରୁ ଆବିର୍ଭାବ ହୋଇଥିବା ନେଇ ପୁରାଣରେ ବର୍ଣ୍ଣନା ରହିଛି। ସେ ଅମୃତକଳସ ଧରି ଆସିଥିଲେ। ବିଶ୍ବର ବାୟୁ, ଜଳ, ମାଟି, ଆକାଶକୁ କିପରି ବିଷମୁକ୍ତ କରାଯାଇ ମନୁଷ୍ୟ ଓ ପ୍ରକୃତି ରୋଗମୁକ୍ତ ତଥା ସୁସ୍ଥ ରହିବ, ତାହାର ମାର୍ଗ ମଧ୍ୟ ସେ କହିଥିଲେ। ଆରୋଗ୍ୟଦାତା କହିଲେ ୩ଟି ତତ୍ତ୍ବକୁ ବୁଝାଏ। ଯାହାଦ୍ବାରା ମନୁଷ୍ୟ ସମାଜ ଓ ପରିବେଶ ସୁସ୍ଥ ହୋଇପାରିବ। ଯେପରି ଆ – ଆହାର, ରୋ- ରୋଗ ଏବଂ ଗ୍ୟ- ଜ୍ଞାନ।

ଆହୁରୀ ପଢନ୍ତୁ-ଆଜି ହେଉଛି ପବିତ୍ର ଧନତେରାସ.. ମାଆ ଲକ୍ଷ୍ମୀ,ଭଗବାନ ଗଣେଶଙ୍କ ସହ ଆଜି ପୂଜା ପାଇବେ ଭଗବାନ ଧନ୍ୱନ୍ତରୀ..

ଆମ୍ଭେମାନେ ଦୈନନ୍ଦିନ ପ୍ରାୟ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାଉ, ତାହାର ପ୍ରଧାନ କାରଣ ଆହାର। ଆହାର ସଂଯମତା ନ ରହିଲେ ରୋଗ ହୋଇଥାଏ। ତେବେ ଧନ୍ୱନ୍ତରଙ୍କ ପ୍ରଥମ ବୈଜ୍ଞାନିକ ଆବିଷ୍କାର ଥିଲା ଅମୃତ । ସେ ସୁନା କଳସ ଭିତରେ ଅମୃତକୁ ସୃଷ୍ଟି କରାଇଥିଲେ । ଦେବତାମାନଙ୍କୁ ମୃତ୍ୟୁରୁ ମୁକ୍‌ତି ଦେବାପାଇଁ ସେ ‘ସୋମ’ ନାମକ ଅମୃତର ଆବିଷ୍କାର କରିଥିଲେ । ଧନ୍ୱନ୍ତରୀଙ୍କ ମାନ୍ୟତା ଥିଲା ଯେ ମୃତ୍ୟୁ ୧୦୦ ପ୍ରକାରର । ସେଥିମଧ୍ୟରୁ ସେ ଶେଷ୍ କାଳ ମୃତ୍ୟୁକୁ ରୋକିବାକୁ ଆର‌୍ୟୁବେଦିକ ଚିକିତ୍ସାର ପ୍ରଯୋଗ କରିଥିଲେ । ରନ୍ତା ତେବେ ସବୁ ଧାନ ଜମିକୁ ପାଣି ଆସି ପ ଜ୍ଝ

Leave a Reply

Your email address will not be published. Required fields are marked *