ଚାପ ପକାଇଲେ ଜୋ ବାଇଡେନ, ସ୍ୱର ବଦଳାଇଲା ଇସ୍ରାଏଲ…
1 min readହାମାସ ଇସ୍ରାଏଲ ଯୁଦ୍ଧରେ ନରମିଲା ଇସ୍ରାଏଲ । ଘାଜା ଦଖଲ କରିବା ପରିବର୍ତ୍ତେ ବଦଳାଇଲା ନିଜର ସ୍ୱର । ଏହି ଯୁଦ୍ଧରେ ଇସ୍ରାଏଲକୁ ଅନେକ ଶକ୍ତିଶାଳି ଦେଶ ସମର୍ଥନ କରୁଥିବା ବେଳେ ନିଜ ଜିଦରେ ଅଟଳ ରହିଥିଲା ଇସ୍ରାଏଲ । ହେଲେ ଆମେରିକାର ଚାପରେ ପଡି ଡରିଗଲେ ନେତ୍ୟାନାହୁ । କାରଣ ଇସ୍ରାଏଲକୁ ସମର୍ଥନ କରିଥିବା ଆମେରିକା କହିଛି ଯେ ଇସ୍ରାଏଲ ଯଦି ଘାଜା ଦଖଲ କରେ ତେବେ ଆମେରିକା ଏହାକୁ ବିରୋଧ କରିବ । ଯାହା ଶୁଣି ଭୟଭିତ ହୋଇପଡିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଶେଷରେ ନେତାନ୍ୟାହୁ କହିଛନ୍ତି ଯେ ଘାଜା ଜୟ କରିବାକୁ ସେ ଚାହୁଁ ନାହଁନ୍ତି ବୋଲି । ସେପଟେ ଘାଜାର ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ସୁନିଶ୍ଚିତ କରିବା ପାଇଁ ଗୁରୁବାର ଠାରୁ ଉତ୍ତର ଘାଜା ଉପେର ଦିନକୁ ଚାରି ଘଣ୍ଟା ଆକ୍ରମଣ ବନ୍ଦ କରିବାକୁ ହ୍ୱାଇଟ ହାଉସ କହିଛି । ସୋମବାରର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଦୈନିକ ଅସ୍ତ୍ରବିରତି ମାଗିଛନ୍ତି । ବାଇଡେନ କହିଛନ୍ତି ଯେ ଘାଜାର ସାଧାରଣ ନାଗରିକଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଆମେରିକା ପୁଣି ଥରେ ରାସ୍ତା ଖୋଲିଛି ବୋଲି । ଆମେରିକାର ସୁରକ୍ଷା ପରିଷଦ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ଇସ୍ରାଏଲ ଦିନକୁ ଚାରି ଘଣ୍ଟା ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛି । ଘାଜା ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଇସ୍ରାଏଲ୍ ଦ୍ୱିତୀୟ କରିଡର ମଧ୍ୟ ଖୋଲୁଛି । ସେପଟେ ହାମାସ ମଧ୍ୟ ବନ୍ଧକମାନଙ୍କୁ ମୁକ୍ତ କରିବା ନେଇ ବାଇଡେନ ପ୍ରକାଶ କରିଛନ୍ତି । ସେ ଆହାରୁ ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ତିନି ଦିନରେ ୪ ଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ରମଣ ବନ୍ଦ କରିବ ।