Pratidin TV

Odisha's Digital News Platform

ତେଲ ଟାଙ୍କିରୁ ବାହାରିଲା ବିରାଟକାୟ ଅଜଗର,ଛାନିଆ ହେଲେ ଲୋକେ…

1 min read

ତେଲ ଟାଙ୍କିରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । ସାପକୁ ଦେଖି ଛାନିଆ ହେଲେ ଲୋକେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭରଷା ପେଟ୍ରୋଲ ପମ୍ପ ନିକଟରେ ଏକ ବିରଟ ଅଜଗର ସାପ ରହିଥିବାର ସ୍ଥାନୀୟ ଲୋକ ଦେଖି ଭୟଭିତ ହୋଇ ପଡିଥିଲେ । ଏନେଇ ସ୍ଥାନୀୟ ଲୋକ ବନାଂଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ପହଂଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ସାପଟି ପାଖାପାଖି ୭ ଫୁଟ ଲମ୍ବ ହୋଇଥିବା ବେଳେ ୧୦ କେଜି ରୁ ଉର୍ଦ୍ଧ ଓଜନ ହେବ ବୋଲି ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *