Pratidin TV

Odisha's Digital News Platform

ଜୁନାଗଡ଼ର ଚାଷୀଙ୍କ ଫେରିବ ଦୁଃଖ, ଖୁବଶୀଘ୍ର ଚାଷଜମିକୁ ହେବ ଜଳସେଚନର ସୁବିଧା…

1 min read

ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳ ସମ୍ବଳ ଓ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଭେଟିଲେ ଅତିରିକ୍ତ ଶାସନ ସଚିବ । ଜୁନାଗଡ଼ର ଚାଷୀମାନଙ୍କ ସାମସ୍ୟାକୁ ନେଇ କରିଥିଲେ ଆଲୋକପାତ । ଚାଷୀଙ୍କର ମୁଖ୍ୟ ସମସ୍ୟା ରହିଥିଲା ଚାଷ ଜମିକୁ ଝଳସେଚନ । ରବି ଚାଷ ପାଇଁ ଜୁନାଗଡ଼ର ଚାଷୀମାନଙ୍କ ଚାଷଜମିକୁ ଦକ୍ଷିଣ ମୁଖ୍ୟ କେନାଲରେ ଜଳଯୋଗାଣର ବ୍ୟବସ୍ଥା କରିବା ନେଇ ଶ୍ରୀମତୀ ଗର୍ଗଙ୍କୁ ଅନୁରୋଧ କରାଯାଇଥିଲା । ଏ ବିଷୟରେ ଯଥାଶୀଘ୍ର ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଜଳ ସମ୍ବଳ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *