Pratidin TV

Odisha's Digital News Platform

ପିଲାଙ୍କ ପ୍ରଶ୍ନ ପତ୍ରରେ ଶ୍ରୀରାମଙ୍କ ପ୍ରତି ଅପମାନ, ଘେରିଲେ ବିଶ୍ୱହିନ୍ଦୁ ପରିଷଦ…

1 min read

ନବରଙ୍ଗପୁର: ବିଦ୍ୟାଳୟ ଏପରି ଏକ ଅନୁଷ୍ଠାନ, ଯେଉଁଠାରେ ଶିଶୁଙ୍କ ଭବିଷ୍ୱତ ଗଢାଯାଇଥାଏ । ପିଲାଙ୍କୁ ପାଠପଢା ସହିତ ଉତ୍ତମ ଚରିତ୍ର ବିଷୟରେ ଶୀକ୍ଷାଦାନ କରାଯାଇଥିଏ । ହେଲେ ପିଲାମାନଙ୍କ ମନରେ ହିନ୍ଦୁ ଧର୍ମ ବିରୋଧି ଭାବନା ସୃଷ୍ଟି କରୁଛି ଆଦର୍ଶ ବିଦ୍ୟାଳୟ । ପାଠପଢା ମାଧ୍ୟରେ ସେମାନଙ୍କୁ ଧର୍ମ ବିରୋଧୀ ବିଷୟରେ ଶିକ୍ଷା ଦିଆଯାଉଛି । ଯାହାକୁ ନେଇ ତାତିଲେ ବିଶ୍ୱହିନ୍ଦୁ ପରିଷଦ । କାରଣ ଆଦର୍ଶ ବିଦ୍ୟାଳୟ ଭଳି ଏକ ଶିକ୍ଷାନୁଷ୍ଠାନ ଜରିଆରେ କୋମଳମତି ଶିଶୁଙ୍କ ମନରେ ଧର୍ମ ବିରୋଧୀ ଭାବନା ସୃଷ୍ଟି କରାଯାଉଥିବାରୁ ଏହା ହିନ୍ଦୁ ଧର୍ମ ପ୍ରତି ଅପମାନ ଓ ବିଶ୍ୱାସଘାତ କରାଯାଇଛି । ତେଣୁ ଏହା ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଦାବି କରି ଝରୀଗାଁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଛି ।

ସୂଚନା ମୁତାବିକ ଆଦର୍ଶ ବିଦ୍ୟାଳୟ ଷଷ୍ଠଶ୍ରେଣୀ ଅର୍ଦ୍ଧବାର୍ଷିକୀ ପରୀକ୍ଷାରେ ପିଲାଙ୍କୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ରାମରାଜ୍ୟ କୁ କାଳ୍ପନିକ ଦର୍ଶାଯାଇଛି । ମାନବ ସମାଜର ଆଦର୍ଶ ଶ୍ରୀରାମ ଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ଦେବା ସହ ଏକ ଶିକ୍ଷାନୁଷ୍ଠାନ ଜରିଆରେ ହିନ୍ଦୁ ଧର୍ମର ଆରାଧ୍ୟ ଶ୍ରୀରାମଙ୍କ ପ୍ରତି ଥିବା ଶ୍ରଦ୍ଧା ଏବଂ ବିଶ୍ୱାସକୁ ନେଇ କୋମଳମତି ଶିଶୁଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବାରୁ ହିନ୍ଦୁଧର୍ମ ପ୍ରତି ଏପରି ଅପମାନକୁ ଦୃଢ଼ ବିରୋଧ କରାଯାଇଛି । ଆଉ ଏଭଳି ପ୍ରୟାସ ପାଇଁ ଯେଉଁମାନେ ଦାୟୀ ତାହାର ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଝରୀଗାଁ ବିଶ୍ୱହିନ୍ଦୁ ପରିଷଦ । କାରଣ ପ୍ରତେକ ଧର୍ମର ଛାତ୍ରଛାତ୍ରୀ ଶିକ୍ଷାଲାଭ ଆଶାରେ ଶିକ୍ଷନୁଷ୍ଠାନକୁ ଯାଇ ଶିକ୍ଷା ଲାଭ କରୁଥିବା ବେଳେ ଏଭଳି ହୀନମାନସିକତା ରଖୁଥିବା ଲୋକଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ବିତାଡିତ କରିବା ସହ ଦୃଢରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ବୋଲି ସାଧାରଣରେ ମଧ୍ୟ ଦାବି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *