Pratidin TV

Odisha's Digital News Platform

୨୪ ଲକ୍ଷ ଦୀପରେ ପ୍ରଜ୍ଜ୍ୱଳିତ ହେବ ଶ୍ରୀରାମଙ୍କ ନଗରୀ… 

1 min read

ଆଉ ଦିନ କେଇଟା ପରେ ଦୀପାବଳୀ । ଆଲୋକର ପର୍ବ ଦୀପାବଳୀରେ ଚାରିଆଡେ ହେବ ଆଲୋକମୟ । ଏବେଠାରୁ ଦୀପାବଳୀ ଉତ୍ସବ ପାଇଁ ଚାରିଆଡେ ରଙ୍ଗ ବେରଙ୍ଗର ଲାଇଟ ସଜାସଜି କାର୍ଯ୍ୟକ୍ରମ ଜାରି ରହିଛି । ଆଉ ଏହାରୀ ମଧ୍ୟରେ ଦୀପାବଳୀ ଉତ୍ସବ ପାଇଁ ସଜେଇ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା । ଚଳିତବର୍ଷର ପବିତ୍ର ଦୀପାବଳୀ ଏହି ଉତ୍ସବକୁ ଐତିହାସିକ କରିବା ଅବସରରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହେବ । ସେଥିପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ୨୧ ଲକ୍ଷ ଦୀପ ଜାଳିବା ଏବଂ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ଉତ୍ସବରେ ଅନ୍ୟ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ୨୫,୦୦୦ ରୁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ସ୍ୱେଚ୍ଛାସେବୀମାନେ ୨୪ ଲକ୍ଷ ଦୀପ ମଧ୍ୟରୁ ୬୦-୭୦ ପ୍ରତିଶତ ଘାଟରେ ରଖିଛନ୍ତି ବୋଲି ସୂଚନା ରହିଛି । ଖାଲି ସେତିକି ନୁହେଁ ବିଭିନ୍ନ ଆତସବାଜି ସହ ରଙ୍ଗ ବେରଙ୍ଗର ଆଲୋକରେ ମଧ୍ୟ ଅଯୋଧ୍ୟାକୁ ଆହୁରୀ ଆର୍କଷଣୀୟ କରାଯିବାର ବ୍ୟବସ୍ଥା ରହିଛି । ତେବେ ଗତବର୍ଷ ମଧ୍ୟ ଏହିଭଳି ଅଯୋଧ୍ୟାରେ ୧୮ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *