Pratidin TV

Odisha's Digital News Platform

କ୍ୟାନ୍ସର ରୋଗୀକୁ ସାହାଯ୍ୟର ହତାବଢ଼ାଇଲା ତୁଳସୀକ୍ଷେତ୍ର କ୍ଲିନର ସଂଘ…

ନିଜେ ପରଠାରୁ ହାତ ପତାଇ ଅର୍ଥ ରୋଜକରି ପେଟକୁ ଦି ମୁଠା ଦାନା ଯୋଗାଡ଼ କରିବା କଷ୍ଟସାଧ୍ୟ୍ୟ ହେଉଥିବାବେଳେ, ନିଜ ରୋଜଗାରରୁ କିଛି କିଛି ଅର୍ଥ ସଞ୍ଚୟକରି ଆଜି ଜଣେ କ୍ୟାନ୍ସର ରୋଗରେ ପୀଡିତ ଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ । ଯେଉଁ ଖବର ଆଜିି ସମାଜକୁ ଚକିତ କରିଦେଇଛି । ହଁ ଆଜ୍ଞା ସମାଜ କିନ୍ନରଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି କିନ୍ନର ସଂଘ । କ୍ୟାନସର ପିଡିତାଙ୍କୁ ସାହାର୍ଯ୍ୟର ହାତବଢାଇ ନିଜକୁ ହୃଦୟବାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି ଏହି କିନ୍ନର ମାନେ ।

ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ତ ବଲୁରିଆ ପଞ୍ଚାୟତ ଅଧିରେ ଥିବା ମହଲକଣ ଗାଁ ସୁବାସ ମାଲିକଙ୍କ ସ୍ତ୍ରୀ କୁନି ମାଲିକ ଙ୍କ କଥା ଦୀର୍ଘ ଦିନ ହେଲା କୁନି କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ଏହି ଖବର ପାଇ କେନ୍ଦ୍ରାପଡା ର ତୁଳସୀକେତ୍ର କ୍ଲିନର ସଂଘ ଆଜି କୁନି ମଲିଙ୍କ ବଲୁରିଆସ୍ଥିତ ବାସଗୃହରେ ପହଞ୍ଚି କୁନିଙ୍କୁ କିଛି ଅର୍ଥ ସାହାଯ୍ୟ କରିବା ସହିତ ତାଙ୍କୁ ଆଶୀର୍ବାଦ କରିଛି କ୍ଲିନର ସଂଘ । ତେବେ ସଂଘର ସଭାପତି ଦେବକୀ ବାରିକଙ୍କ ନେତୃତ୍ୱରେ କ୍ୟାନ୍ସର ପେସେଣ୍ଟ କୁନି ମାଲିକଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ସଂଘର ସଦସ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏହି ବୈଠକରେ ସଂଘର ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ କିଛି କିଛି ଅର୍ଥ ଦାନ କରିଥିଲେ । ଆଜି ସଂଘ ସଭାପତି ଦେବକୀ ବାରିକ ସେହି ଅର୍ଥକୁ ଧରି ସଂଘର କିଛି ସଦସ୍ୟଙ୍କ ସାହାଯ୍ୟରେ ପଂହଁଞ୍ଚହିଥିଲେ କୁନି ମାଲିକ ଙ୍କ ଘରେ । ଅନ୍ୟପକ୍ଷରେ ଏହି ଖବର ପାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଲିକ ସମେତ ଗାଁର ବହୁ ବୁଦ୍ଧିଜୀବୀ କୁନିଙ୍କ ଘରେ ପଂହଁଞ୍ଚି ସଂଘକୁ ଧନ୍ୟବାଦ ଜଣାଇଛନ୍ତି । ଏପରି କାର୍ଯ୍ୟପାଇଁ ତୁଳସୀକ୍ଷେତ୍ର କ୍ଲିନର ସଙ୍ଘର ସଦସ୍ୟ ମାନଙ୍କପାଇଁ ଚାରୁଆଡୁ ପ୍ରଶଂସାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *