Pratidin TV

Odisha's Digital News Platform

ଅଲିଭ ରିଡଲେଙ୍କ ପାଇଁ ବିପଦ ସାଜୁଛନ୍ତି ବଡ ବଡ ଟ୍ରଲର..

1 min read

ଅସ୍ତରଙ୍ଗ : ଅଲିଭ ରିଡଲେ ଙ୍କ ପାଇଁ ଦିନେ ଭୂସ୍ୱର୍ଗ ପାଲଟିଥିବା ଓଡିଶା ଉପକୂଳ ଦେବୀ ନାସି ଆଉ ନିରାପଦ ହୋଇ ନାହିଁ । ଅଣ୍ଡା ଦାନ ସମୟ ଆସିଲେ ଶହ ଶହ ବିରଳ ଜୀବ ଙ୍କ ଜୀବନ ଯାଉଛି। ନିଷିଦ୍ଧାଞ୍ଚଳ ରେ ମାଛ ଧରିବାକୁ ଯାଉଥିବା ଟ୍ରଲର ଧରାପଡିଲେ ମଧ୍ୟ ସହଜରେ ଖସିଯାଉଛନ୍ତି । ମାତ୍ର ଓମ୍ଫ୍ରା ଆକ୍ଟରେ ଥିବା ଗଳାବାଟ ଦେଇ ମସ୍ଚ୍ୟବିଭାଗ ଏଗୁଡିକୁ ଛାଡି ଦେଉଥିବା ଅଭିଯୋଗ ହେଉଛି। ସରକାରୀ କଟକଣା କୁ ଫୁ। ନିୟମ ମାନୁନାହାନ୍ତି ଟ୍ରଲର ମାଲିକ। ନଭେମ୍ବର ୧ ରୁ ମେ ୩୧ଯାଏଁ ଅଲିଭି ରିଡେଲ କଇଁଛ ଙ୍କ ପ୍ରଜନନ ଶହ ଅଣ୍ଡା ଦାନ ପାଇଁ ସରକାର ମେକାନାଇଜି ଫିସିଙ୍ଗ ବୋଟ ବା ବଡ଼ ଟ୍ରଲର କୁ ବ୍ୟାନ କରିଥିବା ବେଳେ ବେଖାତିରି କରୁଛନ୍ତି ଟ୍ରଲର ମାଲିକ।

ଅସ୍ତରଙ୍ଗ ଦେବୀ ନଦୀର କେଳୁଣୀ ମୁହାଣ ଠାରୁ ଦେବୀ ନାସି କୋଡିଏ କିଲୋମିଟର ଯାଏଁ ନିୟମ ବଳବତର ରହିଥିବା ବେଳେ ସମୁଦ୍ରର ଅତି କୂଳକୁ ଆସୁଛି ବଡ଼ ବଡ଼ ଟ୍ରଲର। ଯାହା ଫଳରେ କଇଁଛ ମାନେ ଅସୁରକ୍ଷିତ ହେବେ ବୋଲି ଅଭିଯୋଗ କରିଛନ୍ତି ମସ୍ଚ୍ୟଜୀବୀ। ଏହା ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀରଜାହାନିଆ, କେଳୁଣୀ, ଡ଼ାଳୁଅକଣି, ତଣ୍ଡାହାର ଶହ ଦେବୀ ନଦୀ ମୁହାଣ ମଧ୍ୟ ନିକଟରେ ଶହ ଟ୍ରଲର ନିୟମ ଭଙ୍ଗ କରି ଫିସିଙ୍ଗ କରୁଛନ୍ତି.ଏଭଳି ସ୍ଥିତିରେ ଅସ୍ତରଙ୍ଗ ବନ ବିଭାଗ, ମସ୍ଚ୍ୟବିଭାଗ, କୋଷ୍ଟଗାର୍ଡ ମିଳିତ କଟକଣା ଲାଗୁ ହେବା ଦିନରୁ ଦୁଇଟି ଟ୍ରଲର ନିଷିଦ୍ଧାଞ୍ଚଳରୁ ଜବତ କରିଥିବା ବେଳେ ଆଗକୁ ଅଧିକ ଜୋରଦାର ଚଢାଉ ଆବଶ୍ୟକତା ରହିଛି। ଯଦି ଏଭଳି ବଡ଼ ବଡ଼ ଟ୍ରଲର ମାଲିକ ମାନେ ସରକାରୀ ନିୟମକୁ ନ ମାନନ୍ତି ତାହା ହେଲେ ଜୈବ ବିବିଧତା ନଷ୍ଟ ପାଇବା ନିଶ୍ଚିତ । ସେ ପଟେ କଟକଣା ନ ମାନିଲେ ଜୋରିମନା ଦବାକୁ ପଡିବ। ବାରମ୍ବାର ନିୟମ ଉଲଘଂନ କରୁଥିବା ଟ୍ରଲର ମାଲିକ ମାନଙ୍କ ପ୍ରତି କେବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାର କଥା ।

Advertisement

Leave a Reply

Your email address will not be published. Required fields are marked *