ଯୁଦ୍ଧ ବନ୍ଦ ଲାଗି ପୁଣି ନିବେଦନ
1 min readନୂଆଦିଲ୍ଲୀ: ଜି୭ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ôୀ ଶ୍ରୀଯୁକ୍ତ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ କଥା ହୋଇଛନ୍ତି । ଟେଲିଫୋନ ମାଧ୍ୟମରେ ଦୁଇ ଲିଡରଙ୍କ ମଧୟରେ ହୋଇଛି ଆଲୋଚନା । ଏହି ଆଲୋଚନାକୁ ନେଇ କୁଟେନୈତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଦୁଇ ଦେଶର ସମ୍ପକକୁ ମଜବୁତ କରିବା ପାଇଁ ଉଭୟ ଆଲୋଚନା କରିଛନ୍ତି । ସୂତ୍ରାନୁଯାୟୀ ମୋଦୀ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହି ସଂକଟର ସମାଧାନ ପାଇଁ କୁଟନୈତିକ ପ୍ରକ୍ରିୟା ଏକମାତ୍ର ବାଟ ବୋଲି ଦୋହରାଇଛନ୍ତି । ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ମୋଦୀ ମଧ୍ୟ ପୂର୍ବରୁ ଅନେକଥର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇସାରିଛନ୍ତି ।
କେବଲ ଯୁଦ୍ଧ ନୁହେଁ ,ପୁଟିନଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦୀ କଥା ହୋଇଛନ୍ତି ।ପୁଟିନଙ୍କ ଭାରତ ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ନିଆଯାଇଥିବା ନିଷ୍ପତିର ସମୀକ୍ଷ ମଧ୍ୟ ଆଲୋଚନା ସମୟରେ ହୋଇଥିବା ଜଣା୍ଯାଇଛି । ରୁଷ ଭାରତର ପାରମ୍ଫରିକ ମିତ୍ର ରାଷ୍ଟ୍ର । ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ଇପରେ ପ୍ରତିବନ୍ଧକ ଲଗାଇବାକୁ ଯେତେଥର ଜାତିସଂଘର ଚର୍ଚ୍ଚା ହୋଇଛି । ନିକଟରେ ଜି୭ ଶିଖର ସମ୍ମିଳନୀ ବୈଠକରେ ମଧ୍ୟ ରୁଷ ସମ୍ପର୍କରେ ଭାରତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ ।