Pratidin TV

Odisha's Digital News Platform

ଏଥର ବସରେ ବିସ୍ଫୋରକ ସାମଗ୍ରୀ ନେଲେ ହେବ କାର୍ଯ୍ୟାନୁଷ୍ଠାନ…

1 min read

ବସ ଦୁର୍ଘଟଣା ପରେ ଚେତିଲା ପ୍ରଶାସନ । ବସରେ ବସ୍ଫୋରଣ ସାମଗ୍ରୀ ନେଇ ପାରିବେନି ଯାତ୍ରୀ । ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ନିକଟରେ କୋଲକାତାରୁ ଓଡିଶା ଆସୁଥିବା ଯାତ୍ରୀବାହୀ ବସ୍ ଶିବମ ଜାତୀୟ ରାଜପଥ ଉପରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଯେଉଁଥିରେ କେନ୍ଦ୍ରାପଡା ଜିଲ୍ଲାର ପୁଷ୍ପାଞ୍ଜଳି ଦାସ ନାମକ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି । ତେବେ ଉକ୍ତ ବସରେ ବାଣ ଓ ମହମବତୀ ଥିବାରୁ ନିଆଁ ଖୁବଶୀଘ୍ର ଚାରିଆଡେ ବିତିଯାଇ ଭୟାବହ ରୂପ ଧାରଣ କରିଥିଲା । ଏହା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି ଘଟଣାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଯାତ୍ରୀବାହୀ ବସରେ ବାଣ, ବିସ୍ଫୋରକ ସାମଗ୍ରୀ, ଦହନଶୀଳ ପଦାର୍ଥ ନିଆଯାଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଏହି ଘଟଣା ପରେ ଓଡିଶାର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଯାତ୍ରୀବାହୀ ବସକୁ ଯାଞ୍ଚ କରାଯାଇଛି । ଏବଂ ଏନେଇ ବସ ମାଲିକ ମାନଙ୍କୁ ମଧ୍ୟ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *