Pratidin TV

Odisha's Digital News Platform

ଗ୍ୟାସ ସିଲିଣ୍ଡର କିଣିବା ବେଳେ ଭଲ ଭାବେ ଚେକ କରୁନ୍ତୁ ତାର ଏକ୍ସପାରୀ ଡେଟ୍ ରହିଛି କି ନାହିଁ?

1 min read

କମ୍ ସମୟ ଭିତରେ ଖାଦ୍ୟ ତିଆରି କରିବା ପାଇଁ ସମସ୍ତେ ସିଲିଣ୍‌ନର ଗ୍ୟାସ ବ୍ୟବହାର କରନ୍ତି । ଚୂଲି ଧୁଆଁ ଏବଂ ବିଦ୍ୟୁତକୁ ବଂଚେଇବାକୁ ମଧ୍ୟ ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଏ । ସେଥିପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତଙ୍କ ଘରେ ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା କରିଛନ୍ତି । ପ୍ରତ୍ୟେକ ଘରେ ଗ୍ୟାସ କନେକ୍ସନ ରହିଛି । ଏଥିପାଇଁ ପ୍ରତି ମାସରେ ଏଲପିଚି ସିଲିଣ୍ଡର କିଣାଯାଏ । କିନ୍ତୁ ଆପଣ ଜାଣନ୍ତି କି ଆପଣ କିଣୁଥିବା ସିଲିଣ୍ଡରଗୁଡ଼ିକର ମଧ୍ୟ ଏକ ଏକ୍ସପାରୀ ତାରିଖ ଅଛି? ଯେମିତି କୌଣସି ଜିନିଷ ବ୍ୟବହାର କରିବାର ଏକ ସମୟ ସୀମା ରହିଥାଏ ଯାହା ଫଳରେ ସମୟ ଶେଷ ହେବା ପୂର୍ବରୁ ଲୋକେ ତାକୁ ବ୍ୟବହାର କରନ୍ତି ନହେଲେ ସେ ଜିନିଷ ଖରାପ ହୋଇ ଯାଇଥାଏ । ଟି ସେହିଭଳି ଗ୍ୟାସ ସିଲିଣ୍ଡରର ମଧ୍ୟ ଏଭଳି ସମୟ ସୀମା ରହିଛି । ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ଆଜି ଜାଣି ରଖନ୍ତୁ ।


ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ମଧ୍ୟ ଏକ ଏକ୍ସପାରୀ ତାରିଖ ଅଛି । ଯଦି ଏଲପିଜି ଗ୍ୟାସ୍ ଏକ୍ସପାରୀ ହେବା ପରେ ସିଲିଣ୍ଡରରେ ଗ୍ୟାସ ଭରାଗଲା ଏହା ଗ୍ୟାସର ଚାପ ସହି ପାରେ ନାହିଁ ଏବଂ ଏହି କାରଣରୁ ଉତ୍ତାପ ବଢି଼ବାରେ ଲାଗେ । ଏଥି ପାଇଁ ସିଲିଣ୍ଡର ନିଆଁ ପାଖରେ ଥିବାରୁ ବେଳେବେଳେ ବିସ୍ଫୋରଣ ଶିକାର ହୋଇଥାଏ । ତେବେ ସିଲିଣ୍ଡର ଏକ ସମୟ ସୀମା ଥାଏ ଯାହାକୁ ବ୍ୟବହାର କରବିା ପୂର୍ବରୁ ଜାଣି ରଖିବା ଉଚିତ ।କିନ୍ତୁ ସିଲିଣ୍ଡରର ଏକ୍ସପାରୀ ତାରିଖ ଲେଖା ବାବଦରେ ଅଧିକାଂଶ ଗ୍ରାହକ ଅବଗତ ନଥାନ୍ତି ।ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଗ୍ୟାସ ସିଲିଣ୍ଡରର ଉପରେ ତିନୋଟି ଷ୍ଟ୍ରାଇପ୍ ଅଛି, ଯେଉଁଥିରେ ଏ-୨୩, ବି-୨୪ ଅଥବା ସି-୨୫ ପରି କିଛି ସଂଖ୍ୟା ଲେଖାଯାଇଥାଏ । ଏହି ସଂଖ୍ୟାଗୁଡିକୁ ଦେଖି ଆପଣ ସିଲିଣ୍ଡରର ସମାପ୍ତି ତାରିଖ ଆରାମରେ ଜାଣିପାରିବେ ।

Advertisement
  • ଯଦି ଆପଣଙ୍କର ସିଲିଣ୍ଡରରେ ଇଂରାଜୀରେ ଏ ଲେଖା ହୋଇଛି, ତେବେ ଏହାର ଅର୍ଥ ହେଉଛି ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତଏହାର ସମୟ ରହିଛି ।
  • ଯଦି ସିଲିଣ୍ଡରରେ ଇଂରାଜୀରେ ବି ଲେଖାଯାଏ, ତାହାଲେ ଏହାଏପ୍ରିଲରୁ ଜୁନ୍ ମାସକୁ ସୂଚିତ କରେ ।
  • ଆଉ ଯଦି ଇଂରାଜୀରେ ସି ଆପଣଙ୍କ ସିଲିଣ୍ଡରରେ ଲେଖା ହୋଇଛି, ତେବେ ଏହା ଜୁଲାଇରୁ ସେପ୍ଟେମ୍ବରର ମାସକୁ ସୂଚିତ କରିଥାଏ ।
  • ସେହି ସମୟରେ, ଯଦି ଆପଣଙ୍କର ସିଲିଣ୍ଡରରେ ଇଂରାଜୀରେ ଡି ଲେଖାଯାଏ, ତେବେ ଏହା ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ମାସକୁ ସୂଚିତ କରିଥାଏ ।

ତେବେ କେବଳ ବର୍ଣ୍ଣମାଳା ନୁହେଁ ତା ସାମ୍ନାରେ କିଛି ସଂଖ୍ୟା ମଧ୍ୟ ଲେଖାଯାଇଛି । ସେହି ସଂଖ୍ୟାଗୁଡ଼ିକ ସିଲିଣ୍ଡରର ସମାପ୍ତି ବର୍ଷ ବିଷୟରେ କହିଥାଏ ।

Leave a Reply

Your email address will not be published. Required fields are marked *