Pratidin TV

Odisha's Digital News Platform

୩୨ ବର୍ଷ ଏକାଠି ଥିଲେ,ବର୍ତ୍ତମାନ ହୋଇଯିବେ ଅଲଗା…

1 min read

ପତ୍ନୀଙ୍କ ଠାରୁ ଅଲଗା ହେଲେ ରେମଣ୍ଡ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଗୌତମ ସିଂହାଣିଆ । ଦୀର୍ଘ ୩୨ ପରେ ସ୍ୱାମୀ ସ୍ତ୍ରୀ ଦୁହେଁ ଅଲଗା ହୋଇଯାଇଛନ୍ତି । ଏନେଇ ସୋମବାର ଗୌତମ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପୋଷ୍ଟରେ ଏକ ଲମ୍ବା ମେସେଜ ଲେଖି ଦୁହିଁଙ୍କ ବୈବାହିକ ସମ୍ପର୍କର କଥା ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଏଥର ଦୀପାବଳି ପୂର୍ବ ଭଳି ହେବ ନାହିଁ । ଏବେଠାରୁ ନୱାଜ ଏବଂ ମୁଁ ଅଲଗା ଅଲଗା ରାସ୍ତା ଆପଣାଇବୁ । ମୁଁ ତାଙ୍କଠାରୁ ଅଲଗା ହେଉଛି । ୩୨ ବର୍ଷର ସ୍ୱାମୀ-ସ୍ତ୍ରୀର ସମ୍ପର୍କ ମଧ୍ୟରେ ଦୁହେଁ ଦୁହିଁଙ୍କର ସାମର୍ଥ୍ୟ ସାଜିଛୁ । ଆମେ ପ୍ରତିବଦ୍ଧତା, ସଂକଳ୍ପ ଓ ବିଶ୍ୱାସ ସହ ଆଗକୁ ବଢ଼ିଥିଲୁ । ଆମର ଦୁଇ ମୂଲ୍ୟବାନ ହୀରା ନିହାରିକା ଏବଂ ନିସା ପାଇଁ ଯାହା ସବୁଠୁ ଭଲ ହେବ ତାହା କରିବା ଜାରି ରଖିବୁ । ଦୟାକରି ଏହି ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଏବଂ ସବୁକିଛି ସମାଧାନ ପାଇଁ ସମୟ ଦିଅନ୍ତୁ । ଏପରି ସମୟରେ ସମଗ୍ର ପରିବାର ପାଇଁ ଆପଣମାନଙ୍କ ଶୁଭେଚ୍ଛା ଲୋଡୁଛି ବୋଲି ସିଂହାଣିଆ କହିଛନ୍ତି ।

ତେବେ ୧୯୯୯ ମସିହାରେ ସଲିସିଟର ନାଦାର ମୋଦୀଙ୍କ ଝିଅ ନୱାଜ ମୋଦୀଙ୍କୁ ବିବାହ କରିଥିଲେ ଗୌତମ ସିଂହାଣିଆ । ସେ ଏକ ସାକ୍ଷାତକାରରେ କହିଥିଲେ ଯେ ପାର୍ସୀ ଝିିଅକୁ ତାଙ୍କ ପତ୍ନୀ କରିବା ସହଜ ନଥିଲା । ନୱାଜଙ୍କ ପିତା ବିବାହ ପାଇଁ ପ୍ରସ୍ତୁତ ନଥିଲେ । ବିବାହ ପରେ ମଧ୍ୟ, ସାଂସ୍କୃତିକ ପାର୍ଥକ୍ୟ ହେତୁ ଗୈାତମ ଏବଂ ନୱାଜଙ୍କୁ ଅନେକ ସଂଶୋଧନ କରିବାକୁ ପଡିଲା । ବର୍ତ୍ତମାନ ଗୌତମଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ୫୪ ବର୍ଷ । ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ରେମଣ୍ଡ୍ ଲିମିଟେଡ଼ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ସିଂହାଣିଆ । ଉଭୟ ୧୯୯୯ରେ ବିବାହ କରିଥିବା ବେଳେ ବିବାହର ୩୨ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *