Pratidin TV

Odisha's Digital News Platform

ସ୍ୱାମୀ ମୃତ୍ୟୁ ସହିନପାରି ଜୀବନ ହାରିଦେଲେ ସ୍ତ୍ରୀ,ଅନାଥ ହୋଇଗଲେ ଦୁଇ ଝିଅ…

1 min read

ଖୋର୍ଦ୍ଧା ; ଦୀପାବଳିରେ ଉଜୁୁଡିଗଲା ସୁଖର ସଂସାର । ହସଖୁସିର ଜୀବନରେ ଲାଗିଗଲା ଗ୍ରହଣ । ଦୁର୍ଘଟଣା ରେ ଚାଲିଗଲା ସ୍ବାମୀଙ୍କ ଜୀବନ । ସାତ ଜନ୍ମ ପାଇଁ ସାଥି ପାଲଟିଥିବା ସ୍ତ୍ରୀ ରହିଥାଆନ୍ତା ଯେ କେମିତି। ସ୍ବାମୀର ମୃତ୍ୟୁ ର ଦୁଇଦିନ ପରେ ଘରେ ରଶି ଲଗାଇ ଝୁଲିପଡିଛି ସ୍ତ୍ରୀ । ଏହିଭଳି ହୁଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବେଣାଗାଡିଆ ଗ୍ରାମରେ।

ସୂଚନା ଅନୁଯାୟୀ ବେଣାଗାଡିଆ ଗ୍ରାମର ଗୋକୁଳ କୁମାର ସାହୁ ପତ୍ନୀ ଅନିନ୍ଦିତା ସୁବୁଦ୍ଧି ଙ୍କ ସହ ଦୁଇ ଝିଅ ରାଜସୁନାଖଳା ରେ ଘର କରି ହସଖୁସିରେ ଚଳୁଥିଲେ। କିନ୍ତୁ ଦୀପାବଳୀ ଦିନ ସନ୍ଧ୍ୟା ସମୟରେ ହଠାତ୍ ଘରୁ ରାଜସୁନାଖଳା ବଜାରରେ କରିଥିବା ନିଜ ଇଲୋକଟ୍ରୋନିକ ଦୋକାନକୁ ଗାଡି ଧରି ବାହରିଥିଲେ ଗୋକୁଳ । ଆଉ ବାଟରେ ଯିବା ସମୟରେ ଘଟିଯାଇଥିଲା ଦୁର୍ଘଟଣା । ଅଜଣା ଗାଡି ଧକ୍କା ଦେଇଥିଲା ଗୋକୁଳଙ୍କୁ ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଗୋକୁଳଙ୍କ ଅକାଳ ମୃତ୍ୟୁ ପରିବାରକୁ ଆକସ୍ମିକ ଧକ୍କା ଦେଇଥିଲା ।

Advertisement

ପରେ ପରିବାର ଲୋକେ ନିଜ ପୈତୃକ ଗ୍ରାମ ବେଣାଗାଡିଆ ଠାରେ ଗୋକୁଳଙ୍କ କ୍ରିୟାକ୍ରମ ଆରମ୍ଭ କରିଦେଇଥିଲେ । କିନ୍ତୁ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନି କୁ ସାଖି ରଖି ବିବାହ କରିଥିବା ସ୍ତ୍ରୀ ଅନିନ୍ଦିତା ସ୍ୱାମୀ ଗୋକୁଳଙ୍କୁ ଏତେ ଭଲ ପାଉଥିଲା ଯେ ତାଙ୍କୁ ଭୁଲିପାରିନଥିଲା । ନିଜର ମାନସିକ ଭାରସାମ୍ୟ ହରାଇ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇ ଥିଲେ । ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଯାହା କୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଚଂଳରେ ଶୋକ ସାୟା ଖେଳି ଯାଇଛି। ଉଭୟ ଦମ୍ପତି ଖୁବ ମେଳାପି ଓ ଇଶ୍ବର ବିଶ୍ବାସୀ ଥିବା ବେଳେ ତାଙ୍କର ଦୁଇ ଝିଅ ଙ୍କ ଚିନ୍ତାରେ ଏବେ ଗାଁ ରେ ଶୋକାକୁଳ ପରିବେଶ ସୁଷ୍ଟି ହୋଇଛି। ଦୁଇ ଝିଅଙ୍କ ଭବିଷ୍ୟତ ଏବେ କଣ ହେବ ତାଙ୍କୁ ନେଇ ତାଙ୍କର ପରିବାର ଚିନ୍ତାରେ ପଡିଛନ୍ତି । ବାପା ସିନା ଦୁର୍ଘଟଣାରେ ପ୍ରାଣ ହରାଇଲେ କିନ୍ତୁ ମା ସବୁ ଜାଣି ଶୁଣୀ କିଭଳି ଦୁଇ ଝିଅଙ୍କୁ ଏକୁଟିଆ ଛାଡି ଚାଲିଗଲା ବୋଲି ସ୍ଥାନୀୟ ବାସୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଅନ୍ୟପଟେ ବାଙ୍କୋଇ ପୋଲିସ ଅନିନ୍ଦିତା ଙ୍କ ଶବକୁ ବ୍ୟବଚ୍ଚେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ରଖିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *