Pratidin TV

Odisha's Digital News Platform

ଆଲବମରେ ହିରୋଇନ୍ କରିବାର ଲୋଭ ଦେଖାଇ ହାତଗୋଡ଼ ବାନ୍ଧି ରାତି ତମାମ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ପୁଣିଥରେ ସାମନାକୁ ଆସିଛି ଏକ ଲୋମ ହର୍ଷଣକାରୀ ଘଟଣା । ଆଲବମରେ ହିରୋଇନ କରିବାର ଲୋଭ ଦେଖାଇ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଭଳି ଏକ ସଙ୍ଗୀନ ଖବର ସାମନାକୁ ଆସିଛି ।

ନାବାଳିକାଙ୍କ ଅଭିଯୋଗ ମୁତାବକ, ସେ ଆଲବମରେ ପାଶ୍ୱର୍ ଅଭିନେତ୍ରୀ ଭାବରେ କାମ କରନ୍ତି । ଜଣେ ବ୍ୟକ୍ତି ତାଙ୍କୁ ଲିଡ କ୍ୟାରେକ୍ଟରର ଲୋଭ ଦେଖାଇ ଭୁବନେଶ୍ୱରକୁ ଡାକିଥିଲେ । ଏକ ଅପହରଣର ସିନ୍ ସୁଟିଂ ହେବ କହି ଭରତପୁର ଅଞ୍ଚଳକୁ ଡାକିଥିଲେ ।

ଆଉ ରୁମରେ ପହଞ୍ଚିବାପରେ ନାବାଳିକାଙ୍କ ହାତଗୋଡ ବାନ୍ଧି ରାତି ତମାମ ତାଙ୍କ ସହିତ ଶୋଷଣ କରାଯାଇଥିଲା । ଏପରିକି ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କ୍ୟାମେରାରେ କଏଦ୍ କରାଯାଇଥିଲା ଅଭିଯୋଗ କରିଛନ୍ତି ପୀଡ଼ିତା ।
ଏନେଇ ନାବାଳିକା ଜଣକ ପ୍ରଥମେ ମହିଳା ଥାନା ଓ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *