Pratidin TV

Odisha's Digital News Platform

ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମାଗିଲେ ପାକିସ୍ତାନର ପୂର୍ବତନ ଖେଳାଳି, କହିଲେ ପାଟିରୁ ସ୍ଲିପ ହୋଇଗଲା କଥା..

1 min read

ମୁମ୍ୱାଇ: କ୍ରିକେଟ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନ ଆରମ୍ଭରୁ ଭଲ ରହିଥିବା ବେଳେ ମଧ୍ୟଭାଗରେ ନୈରାଶ ଜନକ ଥିଲା। ଯାହାଫଳରେ କ୍ୱାଲିଫାଏ ଲିଷ୍ଟିରୁ ବାଦ୍ ପଡିଥିଲା ପାକିସ୍ତାନ ଦଳ। ପୂର୍ବତନ କ୍ରିକେଟରଙ୍କ ସମେତ ପ୍ରଶଂସକ ପାକିସ୍ତାନ କୁ କଡା ସମାଲୋଚନା କରିଛନ୍ତି । ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ବି ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି । ବଲିଉଡର ଜଣେ ନାମୀ ଦାମୀ ଅଭିନେତ୍ରୀଙ୍କୁ ବଦନାମ କରିଛନ୍ତି ପାକିସ୍ତାର ପୂର୍ବତନ ଖେଳାଳି। ତାଙ୍କ ବିରୋଧରେ ଦେଇଥିଲେ କଡା ମନ୍ତବ୍ୟ। ଅବଦୁଲ ରଜାକ ପାକିସ୍ତାନୀ କ୍ରିକେଟ ବୋର୍ଡ ସହ ଆଲୋଚନା କରିବା ବେଳେ ଏମିତି କିଛି କହିଛନ୍ତି। ଯାହା ସବୁ ସୀମା ପାର କରିଥିବା ନେଇ ଚର୍ଚ୍ଚା ହେଉଛି। ରଜାକ ପାକିସ୍ତାନୀ ଦଳକୁ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ତୁଳା କରିଛନ୍ତି । ବୟାନ ଦେଇ ଏମିତି କହିଛନ୍ତି, ଯାହା କ୍ରିକେଟ ଜଗତକୁ ପୁରା ଲଜ୍ଜାଜନକ ହେବା ଭଳି ମନେ ହେଉଛି। ଯାହାକୁ ନେଇ ଭାରତରେ ତାଙ୍କ କଡା ନିନ୍ଦା କରାଯାଇଛି। ଶେଷରେ ନିଜ ଭୁଲ ମାନି କ୍ଷମା ମାଗିଲେ ପୂର୍ବତନ ଖେଳାଳୀ। ରଜାକକହିଛନ୍ତି ଆମେ କ୍ରିକେଟ ବିଷୟରେ ଟିଭିରେ ଚର୍ଚ୍ଚା କରୁଥିଲୁ, ହଠାତ୍ ମୋ ପାଟିରୁ ସ୍ଲିପ୍ କରିଗଲା କିଛି । ଭୁଲରେ ମୁଁ ଐଶ୍ୱର୍ଯ୍ୟା ରାୟଙ୍କ ନାଁ କହିଦେଲି । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛି । ମୋର ସେମିତି କିଛି ଉଦ୍ଦେଶ୍ୟ ନଥିଲା। କାହାର ଭାବନାକୁ ଆଘାତ ଦେବାରେ ବି ମୋର ଉଦ୍ଦେଶ୍ୟ ନଥିଲା । ଜଷ୍ଟ ସେମିତି ଟଙ୍ଗ ସ୍ଲିପ୍ ହୋଇଗଲା ବୋଲି ସ୍ପଷ୍ଟ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *