Pratidin TV

Odisha's Digital News Platform

ଚଳିତ ବିଶ୍ୱକପରେ ବ୍ୟାଟରଙ୍କ ନିଦ ଉଡାଉଥିବା ସାମି ,୩ଥର ଜୀବନ ହାରିବାକୁ କରିଥିଲେ ଉଦ୍ୟମ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ..

1 min read

ଭାରତୀୟଙ୍କ ପାଇଁ ହିରୋ ସାଜିଛନ୍ତି ମହମ୍ମଦ ସାମି । ବିଶ୍ୱକପ ସେମିଫାଇନାଲରେ ନିଜର ଘାତକ ବୋଲିଂରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଝାଳ ବୁହାଇ ଦେଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ୱିକେଟ ହାସଲ କରି ଭାରତକୁ ଫାଇନାଲରେ ଏଣ୍ଟ୍ରି କରାଇଛନ୍ତି ସାମି । ଏହାସହ ଅନେକ ନୂଆ ରେକର୍ଡ ଓ ଇତିହାସ ନିଜ ନାଁରେ କରିଛନ୍ତି ଏହି ଦ୍ରୁତ ବୋଲର । ତେବେ ସେ ଖେଳରେ ଯେତିକି ସଫଳ ହୋଇଥିଲେ ସୁଧା ନିଜ ବ୍ୟକ୍ତଗତ ଜୀବନ ସେତିକି ବିପରୀତରେ ଥିଲା । ନିଜଜୀବନରେ ସାମିଙ୍କୁ ଅନେକ ସଂଘର୍ଷର ସୀମା ପାର କରିବାକୁ ପଡିଥିଲା । ଏହି ସଂଘର୍ଷର ଯାତ୍ରାରେ ପରିବାରବର୍ଗଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ଖେଳାଳି ସେମିଫାଇନାଲରେ ଶାନଦାର ବୋଲିଂ କରିଥିଲା କେବେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରୁଥିଲେ ।

ଥରେ ନୁହେଁ ବରଂ ୩ ଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ମହମ୍ମଦ ସାମି । ସେହି କଠିନ ସ୍ଥିତିରୁ ବାହାରି ଶ୍ରେଷ୍ଠ ପ୍ରଦର୍ଶନ କରିବା ପଛର କାହାଣୀ ଥିଲା କିଛି ଭିନ୍ନ । କିଛିବର୍ଷ ହେବ ସାମି ପାରିବାରିକ ବିବାଦରେ ଛନ୍ଦି ହୋଇପଡିଛନ୍ତି । ୨୦୧୫ ବିଶ୍ୱକପରେ ଆହତ ହେବା ପରେ ପୁଣିଥରେ ଟିମକୁ ଫେରିବାକୁ ତାଙ୍କୁ ୧୮ ମାସ ସମୟ ଲାଗିଥିଲା ।

Advertisement

ଆଉ ସେହି ସମୟ ତାଙ୍କ ଜୀବନର ସବୁଠୁ କଷ୍ଟଦାୟକ ସମୟ ଥିଲା । ପାରିବାରିକ ସମସ୍ୟା ଏହାକୁ ଦ୍ୱିଗୁଣିତ କରିଥିଲା । ଏହି ସମୟରେ ଆଇପିଏଲ ଖେଳିବାକୁ ୧୦ ଦିନ ବାକି ଥିବା ବେଳେ ସେ ଗାଡି ଦୁର୍ଘଟଣାର ସାମ୍ନା କରିଥିଲେ । ଏହିସବୁ ଘଟଣା ପରେ ସେ କ୍ରିକେଟ ଛାଡିବାକୁ ଯୋଜନା କରିଥିଲେ ।

ହେଲେ ତାଙ୍କ ପରିବାରର ସମର୍ଥନ ମିଳିଥିବାରୁ ସେ ପୁଣି ଥରେ ଲଢିବା ଆରମ୍ଭ କରିଥିଲେ । ଏପରିକି ସେହି ସମୟରେ ସେ୩ ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରିଥିଲି । ଯାହା ଜାଣି ପରିବାର ଲୋକ ତାଙ୍କ ପାଖାପାଖି ରହୁଥିଲେ । କିଆଡେ ଛାଡି ଯାଉ ନଥିଲେ ।

ସେତେବେଳେ ସମସ୍ତେ ତାଙ୍କୁ ଖେଳରେ ଧ୍ୟାନ ଦେବାକୁ କହୁଥିଲେ । ଏଭଳି ଏକ କଠିନ ପରିସ୍ଥିତିରୁ ବାହାରି ବିଶ୍ୱକପରେ ଶ୍ରେଷ୍ଠ ବୋଲର ଭାବେ ନିଜକୁ ପ୍ରତିପାଦିତ କରିବା ଛୋଟ ସଫଳତା ନୁହେଁ । ଯାହାକୁ ସମ୍ଭବ କରି ଦେଖାଇଛନ୍ତି ମହମ୍ମଦ ସାମି । ବିଶ୍ୱକପରେ ସର୍ବାଧିକ ଥର ୫ ୱିକେଟ ହାସଲ କରିଛନ୍ତି ମହମ୍ମଦ ସାମି ।

ସେହିଭଳି ଗୋଟିଏ ବିଶ୍ୱକପରେ ଭାରତୀୟ ବୋଲର ଭାବେ ସର୍ବାଧିକ ୱିକେଟ ହାସଲ କରି ଜାହିର ଖାନଙ୍କ ରେକର୍ଡ ଭାଙ୍ଗିଛନ୍ତି ସାମି । ସାମି ଏବେସୁଦ୍ଧା ଚଳିତ ବିଶ୍ୱକପରେ ୨୩ଟି ୱିକେଟ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *