Pratidin TV

Odisha's Digital News Platform

ନିଜ ମୁଣ୍ଡରେ କଏନ ଲଗାଇ ଛୋଟ ପିଲାଙ୍କ ସହ ମଜା କଲେ ମୋଦୀ, ପୋଷ୍ଟ କରି ଲେଖିଲେ ଏମିତି କିଛି…

1 min read

ପିଲାମାନଙ୍କ ସହିତ ମଜା କରିବାକୁ ସମସ୍ତେ ପସନ୍ଦ କରଥାନ୍ତି । ସେମାନଙ୍କ ସହ ଟିକେ ମଜା କରିଦେଲେ ଆପଣଙ୍କର ଯେତେ ଦୁଃଖ ଥିଲେ ବି ମନ ଟିକେ ହାଲକା ଲାଗେ । ଯିଏ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କହିଁକି ସମସ୍ତେ ଛୋଟ ପିଲାଙ୍କ ସହ ଲାଗିବାକୁ ଭଲ ପାଇଥାନ୍ତି । ସେହିପରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପିଲାମାନଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏପରି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ସେ ତାଙ୍କ କପାଳରେ ଏକ କଏନ ଲଗାଇଥିବାର ନଜର ଆସିଛନ୍ତି ।

ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ସମୟ ବ୍ୟସ୍ତତା ଭିତରେ କାଟିଥାନ୍ତି । ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ କାର୍ଯ୍ୟସୂଚୀରୁ ସମୟ ବାହାର କରିବା ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର । ତଥାପି ସେ ବେଳେବେଳେ ସମୟ ବାହାର କରନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜର ବ୍ୟସ୍ତତା ଭିତରେ କିଛି ମୂହୂର୍ତ୍ତ ପିଲାମାନଙ୍କ ସହ କାଟିଥିବାର ନଜର ଆସିଛନ୍ତି । ଏହି ସମୟରେ ସେ ପିଲାମାନଙ୍କ ସହିତ ବହୁତ ମଜା କରନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ମୋଦୀ ଏକ ପରିବାର ସହ ସାକ୍ଷାତ କରିଛନ୍ତି । ପରିବାରର ଦୁଇ ଶିଶୁ ମଧ୍ୟ ମୋଦୀଜୀଙ୍କୁ ଭେଟିବାବେଳେ ସେ ଖୁବ ମଜା କରିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ଦୁଇ ଶିଶୁଙ୍କର କାନ ଧରି ହଲାଇଥିଲେ । ଏହାପରେ ଏକ କଏନକୁ ତାଙ୍କ ମୁଣ୍ଡରେ ଲଗାଇ ସେମାନଙ୍କ ସହ ଖେଳିଥିଲେ । ଏହାକୁ ପିଲାମାନେ ମ୍ୟାଜିକ ବୋଲି ଭାବି ନେଇଥିଲେ । ପରେ ମୋଦୀ ଏହାକୁ ପିଲାଙ୍କ ଦ୍ୱାରା ମଧ୍ୟ ଏହା କରାଇଥିଲେ ।ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଏହି ଭିଡିଓର କ୍ୟାପସନ୍ ଦେବାବେଳେ ସେ ଲେଖିଛନ୍ତି, ‘ଛୋଟ ସାଙ୍ଗମାନଙ୍କ ସହିତ ବିତାଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ’ ।

Leave a Reply

Your email address will not be published. Required fields are marked *