Pratidin TV

Odisha's Digital News Platform

ଖାଲି ପଡିଛି ୨.୨୬ ଲକ୍ଷ ସରକାରୀ ପଦବୀ

1 min read

ଭୁବନେଶ୍ୱର:ଦିନକୁ ଦିନ ଦେଶ ଓ ରାଜ୍ୟରେ ବେକାରି ସମସ୍ୟା ବଢିବାରେ ଲାଗିଛି । ପିଲାମାନଙ୍କ ପାଖରେ ଡିଗ୍ରୀ ଥାଇ ମଧ୍ୟ ଘରେ ବସିବାକୁ ବାଧ୍ୟ ହେଉଥିବା ବେଳେ ଆଉ କିଛି ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ତଥା ଦେଶ କୁ ଯାଉଛନ୍ତି । ଦକ୍ଷତା ଥାଇ ମଧ୍ୟ ଅନେକ ଛାତ୍ର ଛାତ୍ରୀ ସରକାରୀ ପଦବୀ ନବାରିବାରୁ ବେସରକାରୀ ବୃତ୍ତିକୁ ଆପଣାଉଛନ୍ତି । ଅନ୍ୟପଟେ ୨୦୨୧-୨୨ ଆର୍ଥିକ ବର୍ଷ (୨୦୨୧ଡିସେମ୍ବର) ପର୍ଯ୍ୟାନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡିଛି । ଗ୍ରୁପ-ଏ ରେ ୧୨ ହଜାର ୩୩୭,ଗ୍ରୁପ-ବି ରେ ୪୫ ହଜାର ୯୬୯,ଗ୍ରୁପ-ସି ରେ ୧ ଲକ୍ଷ ୧୩ ହଜାର ୫୩୬ , ଗ୍ରୁପ୍‌-ଡିରେ ୩୫ ହଜାର ୯୮ ଓ ଗ୍ରାଣ୍ଟ -ଇନ୍‌-ଏଡ୍‌ରେ ୧୯ ହଜାର ୬୧୯ ପଦ ଖାଲି ରହିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସବୁଠାରୁ ଅଧିକ ୬୧ ହଜାର ୮୩୬ , ସ୍ୱାସ୍ଥ ବିଭାଗରେ ସେହିଭଳି ୩୬ ହଜାର ୪୫ , ଗୃହ ବିଭାଗରେ ୨୬ ହଜାର ୭୯୫, ରାଜସ୍ୱ ବିଭାଗରେ ୧୨ ହଜାର ୭୬୧ , ଉଚ୍ଚଶିକ୍ଷା ବିଭାଗରେ ୧୧ ହଜାର ୫୨୨ ପଦ ଖାଲି ରହିଛି ।ଆର୍ଥିକ ଓ ପ୍ରଶାସନ ସଂସ୍କାର କାର୍ଯ୍ୟାକାରୀ ହେବା ପରଠାରୁ ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗର ୪୫ ହଜାର ୫୧୩ ଟି ମୂଳ ପଦବୀ ଉଚ୍ଛେଦ ହୋଇଛି ।ଠିକା ଭିତ୍ତିରେ ସେବା ଯୋଗାଣ ସଂସ୍ଥା ଜରିଆରେ ଏବଂ ଅବସରପ୍ରାପ୍ତଙ୍କୁ କେତେ ସଂଖ୍ୟାର ନିଯୁକ୍ତି ଦିଆଯାଇଛି ସେନେଇ ସମ୍ପୃକ୍ତ ବିଭାଗ ପାଖରେ ତଥ୍ୟ ଥିବ ବୋଲି ବିଧାୟକ ସୌମ୍ୟରଞନ ପଟ୍ଟନାୟକଙ୍କ ପ୍ରଶ୍ନର

Advertisement

Leave a Reply

Your email address will not be published. Required fields are marked *