Pratidin TV

Odisha's Digital News Platform

୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଙ୍ଗ : ଆଜିଠାରୁ ଲାଗି ରହିଲା ବର୍ଷା

1 min read

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୋମବାର ସକାଳେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କନ୍ଧମାଳର ଜି.ଉଦୟଗିରିରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଛି । ବୌଦ୍ଧ, ଅନୁଗୁଳ, ବରଗଡ଼, କେନ୍ଦୁଝର, କନ୍ଧମାଳ, ସମ୍ବଲପୁର ଓ କୋରାପୁଟରେ ପ୍ରବଳ ବର୍ଷା ହୋଇଛି ।

Advertisement

ଆସନ୍ତା ୪ ଦିନ ଯାଏ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ, ଢେ଼ଙ୍କାନାଳ, ବଲାଙ୍ଗିର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୭ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଟ୍ୱିନ୍ ସିଟି ସମେତ ସାରା ଓଡିଶା ଭିଜୁଛି । ଭୁବନେଶ୍ୱରରେ ମୂଷଳଧାରାରେ ବର୍ଷା ହେଉଛି । ଫଳରେ କିଛି ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି ।

ଅନ୍ୟପଟେ ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଜୁଲାଇ ମାସରେ ୪ ଦିନର ବର୍ଷା ପରେ ନିଅଣ୍ଟିଆ ୧୧ ପ୍ରତିଶତ ଭରଣା ହୋଇଛି । ଜୁନ୍ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୧୮୧.୪ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *