Pratidin TV

Odisha's Digital News Platform

ଆସୁଛି ବାତ୍ୟା ‘ମିଧିଲି’,ଓଡିଶା ଉପରେ ନାହିଁ ପ୍ରଭାବ..

1 min read

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ବାଂଲାଦେଶ ଉପକୂଳରେ ୧୮ତାରିଖ ସକାଳେ ଲାଣ୍ଡଫଲ୍ କରିବ । ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖ ଭୋର ସମୟରେ ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବ । ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଗଭୀର ଅବପାତଟି ପାରାଦୀପର ଦକ୍ଷିଣ-ପୂର୍ବ ଦିଗରେ ୧୯୦ କିଲୋମିଟର ଦୂରରେ ଅଛି ।

ସେହିପରି ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଏହା ୨୮୦ କିମି ଦୂରରେ ରହିଛି । ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୯ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଓଡ଼ିଶା ଉପରେ ଏହି ବାତ୍ୟାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଉପକୂଳ ଓଡିଶାର କିଛି ଜାଗାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଭିତରେ ପବନର ବେଗ ବଢୁଥିବାରୁ ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଶୁକ୍ରବାର ବାଲେଶ୍ୱର, ଭଦ୍ରକ,ମୟୂରଭଂଜ ,କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବାକି ସବୁଠି ପାଗ ଶୁଖିଲା ରହିବ ।

Advertisement

Leave a Reply

Your email address will not be published. Required fields are marked *