Pratidin TV

Odisha's Digital News Platform

ଆଜି ରଥ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

1 min read

Advertisement

ପୁରୀ : ଆଜି ହେରା ପଞ୍ଚମୀ।ଜଗନ୍ନାଥ ସଂସ୍କୃତିରେ ୟେ ଏକ ଅନନ୍ୟ ରୀତିନୀତି । ହେରା ଅର୍ଥ (ଦେଖିବା) ଏବଂ ପଚଂମୀ ର ଅର୍ଥ ପାଚଂଦିନ । ଏହା ଗୁଣ୍ଡିଚା ମନ୍ଦିରରେ ରଥଯାତ୍ରାର ପଚଂମ ଦିନରେ ପାଳନ କରାଯଏ । ଆଜି ସନ୍ଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ବତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ। ଠାକୁର ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ମା’ ଅଭିମାନ କରିଛନ୍ତି। ତେବେ ପରମ୍ପରା ମା’ଲକ୍ଷ୍ମୀ ନନ୍ଦିଘୋଷ ରଥ ଚକ ଭାଙ୍ଗି ଅଭିମାନରେ ପୁଣି ଶ୍ରୀମନ୍ଦିର ଚାଲିଯିବେ।

ହେରାପଞ୍ଚମୀ ନୀତିପରେ ବୁଧବାର ଠାରୁ ବାହୁଡାଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ହୋଇଥାଏ।

Leave a Reply

Your email address will not be published. Required fields are marked *