Pratidin TV

Odisha's Digital News Platform

୭ ଓି୍ୱକେଟ୍ ନେଇ ରେକର୍ଡ ଭାଙ୍ଗିଲେ ସାମି ; ଏପଟେ ରିଲ୍ସରେ ପ୍ରେମ ବର୍ଷାଇଲେ ସ୍ତ୍ରୀ ହସିନ୍ …

1 min read

ନୂଆଦିଲ୍ଲୀ ; ବର୍ତ୍ତମାନ ସବୁଠି ଛାଇଛି ସାମିଙ୍କ୍ ଯାଦୁ । ଇଣ୍ଡିଆ-ନ୍ୟୁଜିଲାଣ୍ଡ ସେମିଫାଇନାଲରେ ୭ ଟି ୱିକେଟ୍ ନେଇ ନୂଆ ରେକର୍ଡ ସଋଷ୍ଟି କରିଛନ୍ତି ଭାରତୀୟ ବୋଲର ମହମ୍ମଦ ସାମି । ଯଦି ମହମ୍ମଦ ଶାମିଙ୍କୁ ବିଶ୍ୱକପ ୨୦୨୩ ର ସବୁଠାରୁ ସଫଳ ବୋଲର କୁହାଯାଏ ତେବେ ଏହା ଭୁଲ ହେବ ନାହିଁ ଜ୍ଝ ସେ ଦୁଇଟି ମ୍ୟାଚ୍ ରେ ୫ ୱିକେଟ୍ ନେଇ ତା’ପରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲକୁ ସ୍ମରଣୀୟ କରି ଦେଇଛନ୍ତି ସାମି । ଙଊଓ କ୍ରିକେଟ୍ ଇତିହାସରେ ମହମ୍ମଦ ଶାମି କେବଳ ଭାରତର ପ୍ରଥମ ବୋଲର ହୋଇ ଇନିଂସରେ ୭ ୱିକେଟ୍ ନେଇ ନାହାଁନ୍ତି ବରଂ ମ୍ୟାଚର ଖେଳାଳି ମଧ୍ୟ ହୋଇଥିଲେ। ମହମ୍ମଦ ଶାମିଙ୍କ ଏହି ପରଫୋମାନ୍ସ ପରେ ତାଙ୍କ ପତ୍ନୀ ହସିନ ଜାହାନଙ୍କ ହୃଦୟ ତରଳି ଯାଇଥିବା ଜଣାପଡିଛି।

https://www.instagram.com/reel/CzsYsijrQxT/?utm_source=ig_web_copy_link

Advertisement

ଗୋଟେ ପଟେ ସାମି କ୍ରିକେଟ୍ ଦୁନିଆରେ ଧଆଁଧାର ଏଣ୍ଟ୍ରି କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସେହିଭଳି ଅଶାନ୍ତ ହୋଇ ପଡିରହିଛି । ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହସିନ ଜାହାନଙ୍କ ବିଷୟରେ କିଏ ଜାଣନ୍ତି ନାହିଁ? ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୌଣସି ଆଇନଗତ ଛାଡପତ୍ର ନାହିଁ, କିନ୍ତୁ ଦମ୍ପତି ଅଲଗା ରହୁଛନ୍ତି। ଯେତେବେଳେ ମହମ୍ମଦ ଶାମି ୭ ୱିକେଟ୍ ନେଇ ଉତ୍ତେଜନା ସୃଷ୍ଟି କରିଥିଲେ, ବେଗମଙ୍କ ହୃଦୟ ମଧ୍ୟ ତରଳି ଯାଇଥିଲା । ସୋସିଆଲ ମିଡିଆରେ ସେ କିପରି ନିଜର ଭାବନା ପ୍ରକାଶ କରିଥିଲେ, ଲୋକମାନେ ବର୍ତ୍ତମାନ ଏକ ଖୋଳତାଡ଼ କରୁଛନ୍ତି। କାରଣ ମ୍ୟାଚ୍ ପରେ ହିଁ ସେ ନିଜ ସୋସିଆଲ ମିଡିଆ ଅକାଉଣ୍ଟରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାମିଙ୍କ ପାଖରୁ ଅଲଗା ହେବା ପାଇଁ ସ୍ତ୍ରୀ ହସିନା ଆବେଦନ କରିଥିବା ବେଳେ ସାମିଙ୍କ ନାଁରେ ଅନେକ ଲାଞ୍ଝନା ଲଗାଇଥିଲେ । ଯାହାକୁ ନେଇ ପୂର୍ବରୁ ଖୂବ୍ ଡ୍ରିପ୍ରେସନରେ ରହିଥିଲେ ସାମି । କିନ୍ତୁ ପରିବାରର ସାଥ୍ ଯୋହଗୁ ସେ ଆଜି ଏଭଳି ସ୍ଥାନରେ ଥିବା କହିଛନ୍ତି ।

ଅନ୍ୟପଟେ ସ୍ତ୍ରୀ ହସିନା ଜାହାଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ସେ ଏହି ପୋଷ୍ଟ ମାଧ୍ୟମରେ ନିଜର ଭାବନା ପ୍ରକାଶ କରିବାକୁ ଚେଷ୍ଟା କରୁଛନ୍ତି। ବାସ୍ତବରେ, ଅଭିନେତ୍ରୀ ଏକ ଗୀତରେ ଲିପ୍-ସିଙ୍କ୍ ଏବଂ ବ୍ଲସ୍ କରୁଥିବା ଦେଖାଯାଏ ଜ୍ଝ ସେ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି – ‘ଶୁଦ୍ଧ ପ୍ରେମ’। ସେ ଗୀତରେ ଗୀତରେ କହିଛନ୍ତି ଯେ ‘ ତୋ ନାଁରେ ହିଁ ଦୁନିଆ ଜାଣିବ ମୋତେ , ତୋ ମୁହଁ ଦେଖିକି ହିଁ ଲୋକ ଜାଣିବେ ମୋତେ । ଏହି ଭିଡିଓଟି ସାମିଙ୍କ ସଫଳତା ପରେ ଖୁବ୍ ଭାଇରାଲ ହୋଇଛି । ଆଉ ୟୁଜର୍ସ ମଧ୍ୟ ଏଥିରେ ଭରା କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ଯେଉଁ ବ୍ୟାକ୍ତିଙ୍କ ଉପରେ ସ୍ତ୍ରୀର କୌଣସି ଚାପ ନଥାଏ ସେ ବହୁତ ଭଲ ଖେଳନ୍ତି । ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି ମହମ୍ମଦ ଶାମିଙ୍କୁ ଦେଖନ୍ତୁ।’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି । ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଠୁକରାକେ ମେରା ପ୍ୟାର ମେରା ଇନ୍ତିକାମ ଦେଖେଗି ।

Leave a Reply

Your email address will not be published. Required fields are marked *