Pratidin TV

Odisha's Digital News Platform

ଖାଇକୁ ଖସିଲା ଜିପ,ଆଖିବୁଜିଲେ ୯ଜଣ ଯାତ୍ରୀ

1 min read

ଉତ୍ତରାଖଣ୍ଡର ନୈନିତାଲରେ ଶୁକ୍ରବାର ସକାଳେ ଘଟିଛି ବଡ଼ଧରଣର ଦୁର୍ଘଟଣା । ନୈନିତାଲର ଓଖଲ କାଣ୍ଡା ବ୍ଲାକର ଛିଡ଼ାଖାନ-ରିଠାସାହିବ ମୋଟର ପଥରେ ଏକ ଜିପ ଦୁର୍ଘଟଣାଗସ୍ତ ହୋଇ ଖାଇରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନାମୁତାବକ, ଶୁକ୍ରବାର ସକାଳ ୮ଘଟିକା ସମୟରେ ଏକ ଜିପ ଛିଡ଼ାଖାନ-ରିଠାସାହିବ ମୋଟର ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ଦେଇଥିଲା । ଫଳରେ ଜିପ ୫୦୦ମିଟର ଖାଇରେ ଯାଇ ପଡ଼ିଥିଲା ।

ଏହି ଦୁର୍ଘଟଣାଗସ୍ତ ଜିପରେ ୧୧ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ ।୧୧ଜଣ ଯାତ୍ରୀଙ୍କ ମଧ୍ୟରୁ ୯ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟଲୋକେ ଦୁର୍ଘଟଣା ନେଇ ପୁଲିସକୁ ଖବର ଦେଇଥିଲେ । ଯାତ୍ରୀଙ୍କ କରୁଣ ଚିତ୍କାର ଶୁଣି ଗ୍ରାମବାସୀ ଏକାଠି ହୋଇଥିଲେ । ଏହାପରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଦୁଇଜଣଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହି ଡାକ୍ତର ହଲଦ୍ୱାନି ସୁଶିଲା ତିୱାରି ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ । ସେଠାରେ ଦୁଇଗୁରୁତରଙ୍କ ଚିକିତ୍ସା ଚାଲିଛି ।

Advertisement

Leave a Reply

Your email address will not be published. Required fields are marked *