Pratidin TV

Odisha's Digital News Platform

ସବୁ ଗେରୁଆ ରଙ୍ଗ କରିବା ପରେ ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସିକୁ ନେଇ ରାଗିଗଲେ ମମତା ବାନାର୍ଜୀ..

1 min read

ବିଶ୍ୱକପ ଫାଇନାଲକୁ ଆଉ ଦିନଟିଏ ବାକି ଥିବା ବେଳେ ଟିମ ଇଣ୍ଡିଆ ଉପରେ ରାଗିଗଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ତେବେ ଭାରତୀୟ ଖେଳାଳିଙ୍କ ଉପରେ ନୁହେଁ ବରଂ ସେମାନଙ୍କ ଜର୍ସିକୁ ନେଇ କିଛି ଏଭଳି କହିଲେ ମମତା ବନାର୍ଜି । ବିଜେପି ସବୁ କିଛି ଗେରୁଆ ରଙ୍ଗ କରିଦେଉଛି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ ଟିମର ପ୍ରାକ୍ଟିସ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି ।

କେନ୍ଦ୍ରୀୟ କୋଲକାତା ଅଂଚଳ ଅନ୍ତର୍ଗତ ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା କାର୍ଯ୍ୟକ୍ରମର ଉଦଘାଟନୀ ଅବସରରେ ଯୋଗ ଦେଇ ମମତା ଦିଦି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଆମେ ଆମ ଭାରତୀୟ ଖେଳାଳିଙ୍କୁ ନେଇ ଗୌରବାନ୍ୱିତ ଓ ମୋର ବିଶ୍ୱାସ ସେମାନେ ବିଶ୍ୱ ଚାମ୍ପିୟନ୍ ହେବେ । କିନ୍ତୁ ବିଜେପି ସବୁଠି ଗେରୁଆ ରଙ୍ଗ କରୁଥିବା ବେଳେ ଖେଳରେ ମଧ୍ୟ ଗେରୁଆ ରଙ୍ଗ ପୁରାଇ ଦେଇଛି । ଏବଂ ଯାହାଫଳରେ ଆମ ଖେଳାଳିମାନେ ଗେରୁଆ ରଙ୍ଗର ଜର୍ସି ପିନ୍ଧି ଅଭ୍ୟାସ କରୁଛନ୍ତି । ମୋଟ୍ରୋ ଷ୍ଟେସନକୁ ବି ଗେରୁଆ ରଙ୍ଗ କରାଯାଇଛି । ଏହାକୁ ଗ୍ରହଣୀୟ ନୁହେଁ । ବିଜେପିକୁ କଟାକ୍ଷ କରିଛନ୍ତି ମମତା ବାନାର୍ଜୀ ।

Advertisement

Leave a Reply

Your email address will not be published. Required fields are marked *