Pratidin TV

Odisha's Digital News Platform

ରାଜ୍ୟ ସରକାର ଦେଲେ ଅନୁମତି, ଡିସେମ୍ବର ୩୧ରେ ଅବସର ନେବେ ଡିଜିି ସୁନୀଲ ବଂଶଲ..

1 min read

ଭୁବନେଶ୍ୱର: ଡିସେମ୍ବରରେ ଶେଷ ହେଉଛି ପୋଲିସ ଡିଜିପି ସୁନୀଲ ବଂଶଙ୍କ କାର୍ଯ୍ୟକାଳ । ଯେଉଁଥିପାଇଁ ତାଙ୍କୁ ଅବସର ଅନୁମତି ମିଳିଛି । ୧୯୮୭ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ କୁମାର ବଂଶଲ । ଏବଂ ତାଙ୍କୁ ଅବସର ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ସୁନୀଲ ବଂଶଲ ଅବସର ନେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତାଙ୍କୁ ସରକାରୀ ଚାକିରୀରୁ ଅବସର ନେବାକୁ ଅନୁମତି ମିଳିଛି ।

ସୂଚନାମୁତାବକ,୨୦୨୧ ଡିସେମ୍ବରରେ ଓଡ଼ିଶାର ପୁଲିସ ଡିଜି ଭାବେ ଦାୟିତ୍ୱ ନେଇଥିଲେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ । ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ୧୯୮୮ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସପି ହୋଇଥିଲେ । ଏହାପରେ ମୟୂରଭଂଜ ଏସପି ଭାବେ କାର୍ଯ୍ୟ କରିଥିଲେ ସୁନୀଲ ବଂଶଲ । ୧୯୯୪ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଦୀର୍ଘ ୨୭ ବର୍ଷ ପରେ ୨୦୨୧ରେ ଓଡିଶା ଫେରିବା ସହିତ ପୁଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଥିଲେ । ତେବେ ତାଙ୍କ ପରେ କିଏ ହେବ ଓଡିଶାର ନୂଆ ଡିଜିପି ? ତାକୁ ନେଇ ଚର୍ଚ୍ଚା ଲାଗିଛି । ଏହି ତାଲିକାରେ ଜଣେ ମହିଳା ଆଇପିଏସ ଅଫିସରଙ୍କ ନାଁ ମଧ୍ୟ ରହିଛି ।

Advertisement

Leave a Reply

Your email address will not be published. Required fields are marked *