Pratidin TV

Odisha's Digital News Platform

ଖେଳଣା ଘୋଡାରେ ଆସିଲେ ବର, ଭାଇରାଲ ହେଲା ଭିଡିଓ…

1 min read

ବିବାହ ଜୀବନରେ ମାତ୍ର ଥରେ ହୋଇଥାଏ । ସେଥିପାଇଁ ଏାହୁ ଚିରସ୍ମରନୀୟ କରିବା ପାଇଁ ଲୋକେ କେତେ କଣ କରିଥାନ୍ତି । ପ୍ରାୟତଃ ଲୋକମାନେ ନିଜ ବାହାଘରରେ ଅନେକ ଅର୍ଥ ବ୍ୟୟ କରି ବିଭିନ୍ନ ଖୁବ ଧୁମଧାମରେ ବାହା ହୋଇଥାନ୍ତି । ସେହିପରି ଆଉ କିଛି ଲୋକ ଅଛନ୍ତି ନିଜ ବାହାଘରରେ କିଛି ଅଜବ ଜିନିଷ କରି ଚର୍ଚ୍ଚାକୁ ଆସିଥାନ୍ତି । ସେହିପରି ଏଠାରେ ମଧ୍ୟ ଜଣେ ଯୁବକଙ୍କ ବିଷୟରେ ଆମେ କହିବାକୁ ଯାଉଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ହଁ ଆଜ୍ଞା ସାଧାରଣତଃ ବାହା ହେବା ପାଇଁ ବର ମାନେ କାର,ପାଲିଙ୍କି କିମ୍ବା ଘୋଡାରେ ଆସିଥିବା ବେଳେ ଏଠାରେ ଜଣେ ବ୍ୟକ୍ତି ଖେଳଣା ଘୋଡାରେ ବାହାହେବା ପାଇଁ କନ୍ୟା ଘରେ ପହଞ୍ଚିଛନ୍ତି । ଏହାର ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇରାଲ ଭିଡିଓରେ ବର ଖେଳନା ଘୋଡା ଉପରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ବର ଏବଂ ବାରାତ୍ ମାନେ ବିବାହ ଉତ୍ସବକୁ ଉପଭୋଗ କରୁଥିବା ଦେଖାଯାଇଛି ।

ଏହି ବର ଜଣକ ଜଣେ ଶିଖ୍ ବ୍ୟକ୍ତି । ଏବଂ ତାଙ୍କ ସହିତ ଆସିଥିବା ବରଯାତ୍ରୀ ମଧ୍ୟ ଶିଖ୍ ସମ୍ପ୍ରଦାୟର । ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଆଉ ଜଣେ ବ୍ୟକ୍ତି ଛତା ଧରିଥିବା ଦେଖାଯାଇଛି । ପଛରେ ବରଯାତ୍ରୀ ଡ୍ୟାନ୍ସ କରୁଛନ୍ତି । ବର ଖେଳନା ଘୋଡ଼ାରେ ବସି ଚାରିପଟେ ବୁଲୁଛନ୍ତି । ତାଙ୍କୁ ଦେଖି ସମସ୍ତେ ହସୁଛନ୍ତି । କିନ୍ତୁ ଏହା ବରଙ୍କୁ କୌଣସି ଫରକ୍ ପଡୁନି । ଏପରି ଖେଳନା ଘୋଡ଼ାରେ ବସି ଆସିବାର କାରଣ ବିଷୟରେ ପଚାରିବାରୁ ବର ଜଣଙ୍କ କହିଛନ୍ତି ଯେ ସେ ଚାହୁଁ ନ ଥିଲେ ଅସଲି ଘୋଡ଼ାରେ ବସନ୍ତୁ । କାରଣ ସେ ଚାହାନ୍ତିନି ଘୋଡ଼ାକୁ କଷ୍ଟ ହେଉ । ଏଥିପାଇଁ ସେ ଖେଳନା ଘୋଡ଼ାରେ ବର ହୋଇ ଆସିବାକୁ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେବା ସହିତ ପ୍ରଶଂସାର ସୁଅ ଛୁଟୁଛି ।

Advertisement

Leave a Reply

Your email address will not be published. Required fields are marked *