Pratidin TV

Odisha's Digital News Platform

ଫିଟୁଛି ବିରିପଟା ପଞ୍ଚାୟତର ଗୁମର ; ଯେଉଁଠି ଭୂତ ପାଉଛନ୍ତି ଭତ୍ତା ଟଙ୍କା ….

ଯାଜପୁର ; ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ପଞ୍ଚାୟତ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି. ପୂର୍ବରୁ ମନରେଗା , ହରିଶ୍ଚନ୍ଦ୍ର ଯୋଜନା, ଆବାସ ଯୋଜନାର ର୍ଦୁନିତୀ ହୋଇଥିବା ବେଳେ ବର୍ତ୍ତମାନ ମୃତ ବ୍ୟକ୍ତିଙ୍କ ଭତ୍ତା ଉଠାଣ କୁ ନେଇ ଚର୍ଚ୍ଚା ଜୋର ଧରିଛି। ସରକାର ଗରିବ, ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମଙ୍କୁ ମାସିକ ଭତ୍ତା ପ୍ରଦାନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଉକ୍ତ ଭତ୍ତା ରାଶି କିପରି ଭାବରେ ହଡପ କରାଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି ।

ଉକ୍ତ ପଞ୍ଚାୟତରେ ଦୀର୍ଘ ୪/୫ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରିଥିବା ଭତ୍ତା ହିତାଧିକାରୀଙ୍କ ନାମକୁ ତାଲିକାରୁ ନ କାଟି ସେମାନଙ୍କ ନାମରେ ଆସୁଥିବା ଅର୍ଥରାଶିକୁ ଦାୟିତ୍ୱରେ ଥିବା କିଛି ଦୁର୍ନୀତିଖୋର୍ ପଞ୍ଚାୟତ ଅଧିକାରୀମାନେ ହଡପ କରିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଘୋଟାଲା ହୋଇଥିବାର ଯାହା ପ୍ରଶାସନିକ ତଦନ୍ତରୁ ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାକୁ ଲୁଟ ହୋଇଥିବା ସରକାରୀ ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଅଲଗା ଲୋକଙ୍କ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କାକୁ ଲୁଟିଥିବା ଜାଣିବା ପରେ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବିଡିଓ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପୂର୍ବକ ମୋଟ ୮୬ଜଣ ମଧ୍ୟରୁ ୨୪ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଇଥିବା ଠୋସ୍ ପ୍ରମାଣ ପାଇଥିଲେ।

ଭତ୍ତା ଅର୍ଥ ହଡ଼ପ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବା ପରେ ଏହାକୁ ଭିତ୍ତିକରି ବିଡିଓ ଆକାଶ ପଟ୍ଟନାୟକ ପଞ୍ଚାୟତ ଦାୟିତ୍ୱରେ ଥିବା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଦୁର୍ନୀତିଖୋର୍ ପିଇଓଙ୍କୁ ଏକ ଚିଠି ଜାରି କରି ବ୍ଲକ୍ ପ୍ରଶାସନ ନିକଟରେ ୨ ଲକ୍ଷ ୨୮ହଜାର ୫୦୦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶନାମା କରିଛନ୍ତି। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି କିପରୀ ଓ କାହା ନିର୍ଦ୍ଦେଶରେ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ଉଠାଯାଇ ହରିଲୁଟ କରାଯାଇପାରିଲା ଏହା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏହି ର୍ଦନିତୀ ଖୋର ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

Leave a Reply

Your email address will not be published. Required fields are marked *