Pratidin TV

Odisha's Digital News Platform

ମରଣ ଯନ୍ତା ପାଲଟିଛି ଜାତୀୟ ରାଜପଥ , ମରାମତି ପାଇଁ ଧାରଣାରେ ବସିଲା କଂଗ୍ରେସବାହିନୀ …..

ରାୟଗଡା ; ମରଣ ଯନ୍ତା ପାଲଟିଛି ୩୨୬ ନମ୍ବର ଜାତୀୟ ରାଜପଥ ବର୍ଷ ବର୍ଷ ଧରି ହେଉନି ମରାମତି, ନିୟମିତ ବ୍ୟବଧାନ ଘଟୁଛି ଦୁର୍ଘଟଣାରେ ଚାଲିଯାଉଛି ନିରୀହ ଜୀବନ । ବଡ ବଡ଼ ଖାଲ ଖମାର ଯୋଗୁଁ ଯାନବାହାନ ଚଳାଚଳ କରିବାରେ ଅନେକ ସମସ୍ୟା ସହ ଯାନ୍ତ୍ରିକ ତ୍ରୁଟି ଦେଖା ଦେଉଛି । ଏହି ରାସ୍ତା ଦେଇ କେତେ ନେତା ମନ୍ତ୍ରୀ ଅପିସର ଯିବା ଆସିବା କରୁଥିଲେ ମଧ୍ୟ ଅଣ ଦେଖା କରା ଯାଉଛି ବୋଲି ଏହାରି ପ୍ରତିବାଦରେ ଆଜି ସକାଳୁ ୮ଘଣ୍ଟା ଠାରୁ ୧୧ଘଣ୍ଟା ପର୍ଯ୍ୟନ୍ତ ୩ ଘଣ୍ଟିଆ ୩୨୬ ନମ୍ବର ଜାତୀୟ ରାଜପଥ ଯେକେପୁର ଠାରେ ରାସ୍ତାରୋକ କରିଛି ।

କଂଗ୍ରେସ,କଂଗ୍ରେସର ଏହି ରାସ୍ତାରୋକ କୁ ଜନସାଧାରଣ ଟ୍ରକ ୟୁନିୟନ, ଅଟୋ ୟୁନିୟନ ମଧ୍ୟ ସମର୍ଥନ ଜଣାଇଛନ୍ତି । ରାୟଗଡା ଠାରୁ ଏହି ଗୋଟିଏ ମାତ୍ର ରାଜପଥ ଯାହାକି ଭୁବନେଶ୍ୱର, କଟକ, ଭବାନୀ ପାଟଣା,ବ୍ରହ୍ମପୁର, ଫୁଲବାଣୀ ସହର ବୋଳି ଜାଗା କୁ ଯିବା ପାଇଁ ଲୋକେ ଭରସା କରି ତାହାନ୍ତା ତେବେ ଆଜି ରାଜପଥ ଆଉ ଜାତୀୟ ରାଜପଥରେ ଅଟକି ରହିଛି ଶତାଧିକ ଯାନବାହାନ । ତୁରନ୍ତ ମରାମତି କରାନଯାଏ ତାହାହେଲେ ଆଗାମୀ ଦିନରେ ବଡ଼ ଧରଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ଦଳ ସହ ଟ୍ରକ, ଅଟୋ, ୟୁନିୟନ ,ମିଶି ଜନ ସାଧାରଣ ଲୋକେ ଯାହା ଫଳରେ ଏହି ରାସ୍ତାରୋକ ଯୋଗୁଁ ଯାତ୍ରୀ ମାନେ ନାହିଁନଥିବାର ସମସ୍ୟା ର ସମ୍ମୁଖୀନ ହୋଇ ଥିବା ଦେଖିବା କୁ ମିଳିଛି।

ତେବେ ବର୍ତ୍ତମାନ ଦେଖିବା କୁ ବାକି ରହିଲା କେବେ ସରକାର ଏହି ସମସ୍ୟାର ସମାଧାନ କରି ରାସ୍ତା ମରାମତି କାର୍ଯ୍ୟ କରିବେ ତାହା ଅଞ୍ଚଳ ବାସୀ ଙ୍କ ମନ ଭିତରେ ପ୍ରଶ୍ନ ବାଛି ସୁଷ୍ଟି କରିଛି।

Leave a Reply

Your email address will not be published. Required fields are marked *