Pratidin TV

Odisha's Digital News Platform

ମ୍ୟାଚ ଚାଲିଥିବା ବେଳେ ସୁରକ୍ଷା ଭଙ୍ଗ କରି ଗ୍ରାଉଣ୍ଡରେ ପଶିଗଲେ ଅଜଣା ବ୍ୟକ୍ତି…

1 min read

ଚାଲିଛି ବିଶ୍ୱକପ ଫାଇନାଲ ମ୍ୟାଚ । ବ୍ୟାଟିଂ କରୁଛି ଭାରତୀୟ ଦଳ । ହେଲେ ଏହି ସମୟରେ ଦେଖରବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ କ୍ରିଜରେ ଥିବାବେଳେ ପିଚ ଭିତରକୁ ପଶି ଆସିଲେ ‘ଫ୍ରି ପାଲେଷ୍ଟାଇନ’ ଟି-ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି । ଏକ ନାଲି ଏବଂ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବ୍ୟକ୍ତି ଜଣକର ସାର୍ଟ ଆଗରେ ‘ପାଲେଷ୍ଟାଇନ ଉପରେ ବୋମା ବିସ୍ଫୋରଣ ବନ୍ଦ କର’ ଏବଂ ପଛରେ ‘ଫ୍ରି ପାଲେଷ୍ଟାଇନ’ ବାର୍ତ୍ତା ରହିଥିଲା । ସେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ତେବେ କିଏ ଏହି ବ୍ୟକ୍ତି? କଡା ସୁରକ୍ଷା ବଳୟ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ସୁରକ୍ଷା ଭଙ୍ଗ କରି କ୍ରିକେଟ୍ ପିଚ୍ ଉପରେକୁ ସେ କିପରି ପଶି ଆସିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡଆରେ ଭାଇରାଲ ହୋଇଛି । ତେବେ ଏହି ଅନୁପ୍ରବେଶକାରୀ ଜଣକ ବିରାଟ କୋହଲିିଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀମାନେ ଶୀଘ୍ର ପଡ଼ିଆକୁ ଦୈାଡ଼ିଥିଲେ ଏବଂ ସୁରକ୍ଷା ଉଲ୍ଲଂଘନକୁ ସମାଧାନ କରିବା ପାଇଁ ମ୍ୟାଚ୍ ସାମୟିକ ଭାବରେ ଅଟକି ଯାଇଥିଲା । ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *