Pratidin TV

Odisha's Digital News Platform

ୱାଲ୍ଡ-କପ୍ ଜିତି ସୋସିଆଲ ମିଡିଆରେ ଏଭଳି ଫଟୋ ପୋଷ୍ଟ କଲେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କୁମିନ୍ସ …

1 min read

ନୂଆଦିଲ୍ଲୀ ; ପାଇନାଲ ଫାଇଟ୍‌ରେ ଘରୋଇ ମାଟିରେ ଆଣ୍ଠେଇଲା ଟିମ୍ ଇଣ୍ଡିଆ । ପୁଣି ଥରେ ବାଜି ମାରିନେଲା କଙ୍ଗାରୁ ଦଳ । ଷଷ୍ଠ ଥର ପାଇଁ ବିଶ୍ୱକପ୍ ଟ୍ରଫି ହାଲ କଲା ଅଷ୍ଟ୍ରେଲିଆ ଦଳ । ୨୦୦୩ ର ପରାଜୟ ପ୍ରତିଶୋଧ ଲକ୍ଷ ଧୂଳିସାତ୍ ହୋଇଛି ଭାରତର । ଅନେକ ଆଶା ଓ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଛି ।

ଗତକାଲି ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କେଏଲ ରାହୁଲଙ୍କ ୬୬ , ବିରାଟ କୋହଲିଙ୍କ ୫୪ ଓ ରୋହିତ ଶର୍ମାଙ୍କ ୪୭ ରନ ବଳରେ କେବଳ ୨୪୦ ରନ କରିଥିଲା। ୨୪୧ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର ପ୍ରାରମ୍ଭିବ ଝଟକା ଦେଇଥିଲେ। ୪୭ ରନରେ କଙ୍ଗାରୁ ଟିମ ୩ ୱିକେଟ ହରାଇଥିଲା। ହେଲେ ହେଡ୍ ଓ ଲାବୁଶେନ ଭାରତର ସବୁ ସ୍ୱପ୍ନରେ ପାଣି ପକାଇ ଦେଇଥିଲେ। ସେ ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟକା କରି ପ୍ରଥମେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବିଶ୍ୱକପ ଫାଇନାଲରେ ଶତକ ହାସଲ କରି ଭାରତ ଠାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ।

Advertisement

ଆଉ ଏହା ପରେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କୁମିନ୍ସଙ୍କୁ ବିଶ୍ୱକପ୍ ପ୍ରଦାନ କରି ସମ୍ମାନିତ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ଉପପ୍ରଧାନ ମନ୍ତ୍ରୀ ରିଚାଲ୍ ମାର୍ସ । ଯେଉଁ ସମୟରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ପରାଜୟର ଛାପ ମଧ୍ୟ ଦେଖାଯାଇଥିଲା । ତେବେ ଆଜି ଅଧିନାୟକ ପାଟ୍ କୁମିନ୍ସ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଦେଇଛନ୍ତି । ଯାହାକୁ ନେଇ ଭାରତୀୟଙ୍କ ହୃଦୟ ଖଣ୍ଡବିଖଣ୍ଡିତ ହୋଇପଡିଛି । କାରଣ ଯେଉଁ ବିଶ୍ୱକପ୍ ଜିତିବା ପଇଁ ଭାରତ ନିଜ ପ୍ରାଣ ପ୍ରଣେ ଲାଗିଥିଲା । ସେହି ବିଶ୍ୱକପ୍‌କୁ ଭାରତ ହାତରୁ ଛଡାଇ ତାକୁ ଅସମ୍ମାନିତ କରିଛନ୍ତି ଅଷ୍ଟ୍ରେଲିୟା ଅଧିନାୟକ । ନିଷ ଇଷ୍ଟା ଷ୍ଟୋରୀରେ ସେ କ୍ରିକେଟର ମିଚେଲ୍ ମାସ୍‌ଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ମିଚେଲ୍ ୱାଲ୍ଡ କପ୍ ଟ୍ରଫି ଉପରେ ନିଜ ପାଦ ରଖିଥିଲେ । ଏକ ବସ୍ତୁ ବା ଟେବୁଲ ପରି ଟ୍ରଫି ଉପରେ ଗୋଡ ରଖି ତାକୁ ଅସମ୍ମାନିତ କରିଛନ୍ତି ମିଚେଲ୍ । ଆଉ ଏହୋ ଫଟୋଟିକୁ ନିଜ ଇଷ୍ଟାଗ୍ରାମ ଷ୍ଟୋରୀରେ ରଖିଛନ୍ତି ପାଟ୍ କୁମିନ୍ସ । ଯାହାକୁ ଦେଖିବା ପରେ ୟୁଜର୍ସ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଆଉ ଅନେକ ସେହି ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି ଯେ ଅଷ୍ଟ୍ରେଲିଆ ମ୍ୟାଚ୍ ଜିତି ମଧ୍ୟ ସେ ହାରିଯାଇଛି ।

Leave a Reply

Your email address will not be published. Required fields are marked *