Pratidin TV

Odisha's Digital News Platform

ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ, ମୁତୟନ ହେଲେ ୩୦ ପ୍ଲାଟୁନ ଫୋର୍ସ ପୋଲିସ..

1 min read

ଭୁବନେଶ୍ୱର : କାଲିଠୁ ବସିବ ବିଧାନସଭାରେ ଶୀତ ଅଧିବେଶନ । ତା ପୂର୍ବରୁ ପୋଲିସ ଡିଜି ନିଜେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ପୋଲିସ କମିଶନରଙ୍କ ସମେତ ଭୁବନେଶ୍ୱର ଡିସିିପି ଓ ଅନ୍ୟ ଅଧିକାରୀଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜି । ସେପଟେ କହିବାକୁ କଲେ ଏବର୍ଷ ସରୁଛି ଓଡିଶା ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ପ୍ରତି ଅଧିବେଶନ ଭଳି ଏଥର ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଭୟ ବିଧାନସଭା ଭିତରେ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିଭଳି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ପୋଲିସ ଡିଜି କହିଛନ୍ତି । ୫ଟି କଂଟ୍ରୋଲ ରୁମ୍ ସହିତ ମୋଟ୍ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ବୋଲି ଜଣାପଡିଛି ।ପୁରା ବିଧାନସଭା ବାହାରେ ଏବଂ ଭିତରେ ସିସିଟିଭରେ ନଜର ରଖାଯାଇଛି ।

Advertisement

Leave a Reply

Your email address will not be published. Required fields are marked *