Pratidin TV

Odisha's Digital News Platform

ଭାରତ ଆକାଶରେ ଦିଶିଲା ଅଜଣା ବିମାନ , ସନ୍ଧାନ ପାଇଁ ପିଛାକଲା ରାଫେଲ୍ …

1 min read

ନୂଆଦିଲ୍ଲୀ ; ୧୯ ନଭେମ୍ବର ୨୦୨୩ ଅର୍ଥାତ୍ ରବିବାର ଦିନ ଇମ୍ଫାଲ୍ ବିମାନବନ୍ଦରରେ ଦେଖାଗଲା UFO (Unidentified flying object) ବା ଅଜଣା ବିମାନ । ସିଆଏସଏଫ୍‌ର ଯବାନ ମାନେ ୟୁଏଫ୍‌ଓ କୁ ଆକାଶରେ ଦେଖିବା ପରେ ସେହି ଆକାଶରେ ନାଗରିକ ବିମାନ ଉଡ଼ାଣ ବନ୍ଦ କରାଇଦେଇଥିଲେ । ଏହି ରିପୋର୍ଟ ପରେ ଭାରତୀୟ ବାୟୁସେନା ତୁରନ୍ତ ଏହାର ଦୁଇଟି ରାଫେଲ ଯୁଦ୍ଧ ବିମାନକୁ ସେହି ଟୠଙ ସନ୍ଧାନରେ ପଠାଇଥିଲା।

ଭାରତୀୟ ବାୟୁସେନାର ଉଚ୍ଚ ପଦାଧିକାରୀମାନେ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଇମ୍ଫାଲ ବିମାନବନ୍ଦରରୁ ଜଣେ ସାଧାରଣ ନାଗରିକଙ୍କଠାରୁ UFO ଦେଖିବା ବିଷୟରେ ଏକ ବାର୍ତ୍ତା ଆସିଛି। ଏହା ପରେ ତୁରନ୍ତ ଏକ ରାଫାଲ୍ ଯୁଦ୍ଧ ବିମାନ ହାସିମାରା ବାୟୁସେନା ବେସରୁ UFO ଦେଖାଯାଇଥିବା ସ୍ଥାନକୁ ଆମ ପଠାଇଛୁ । କିନ୍ତୁ ରାଫେଲ ରାଡର ବର୍ତ୍ତମାନ ସୁଦ୍ଧା ଆକାଶରେ କୌଣସି UFO ର ସନ୍ଧାନ ପାଇନାହିଁ । ୟୁଏଫ୍‌ଓର ପିଛା କରିବା ପରେ ସେ ଆକାଶରେ ଅନ୍ତଧ୍ୟାନ ହୋଇଯାଇଥିବା ଜଣାପଡିଛି । କାରଣ ୨ ଟି ରାଫେଲ ଆକାଶରେ ଅନେକ ସମୟ ସନ୍ଧାନ କରିଥିଲେ ମଧ୍ୟ UFOର କୌଣିସ ସୂଚନା ମିଳିପାରିନାହିଁ ।

Advertisement

ଏହାପରେ ଭାରତୀୟ ବାୟୁସେନାର ଇଷ୍ଟର୍ନ କମାଣ୍ଡ ତୁରନ୍ତ ଏୟାର ଡିଫେମ୍ସ ରେସପନ୍ସ ମେକାନିଜମ୍ ପକ୍ରିୟା ଆରମ୍ଭ କରିଦେଇଥିଲେ । ଯାହା ଫଳରେ ସେଠାକାର ଭିଜୁଆଲ ଇନପୁଟ୍ ଇମ୍ଫାଲ୍ ବିମାନବନ୍ଦରରୁ ଆସିଥିଲା । ଏହି ଭିଜୁଆଲରୁ ଜଣାପଡିଛି ଯେ ପ୍ରାୟ ୪ ଟା ସମୟରେ UFO ଏୟାରଫିଲ୍ଡରୁ ପଶ୍ଚିମ ଆଡକୁ ଗତି କରିଥିଲା । ଯେତେବେଳେ ବାୟୁସେନା ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କଲା, ସେଠାରେ କିଛି ପାଇଲା ନାହିଁ । ଅବଶ୍ୟ, ସେହି ଅଜଣା ବିମାନ ସେହି ଅଞ୍ଚଳରେ ଆଉ ଦେଖାଗଲା ନାହିଁ । କିନ୍ତୁ ଆଗକୁ ଏହାର ତଦନ୍ତ ଜାରି ରହିବ ବୋଲି କହିଛନ୍ତି ବାୟୁସେନାର ଅଧିକାରୀ ।

Leave a Reply

Your email address will not be published. Required fields are marked *