Pratidin TV

Odisha's Digital News Platform

ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବ ରୋବୋର୍ଟ…

1 min read

ଉତ୍ତରାଖଣ୍ଡ: ଉତ୍ତରକାଶୀରେ ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଟନେଲ୍ ଭିତରେ ଜୀବନ ସହ ସଂଘର୍ଷକୁ ୯ ଦିନ ବିତିଗଲାଣି । ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏକ ପାଞ୍ଚ ବିକଳ୍ପ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଏହାସହ ଏବେ ରୋବୋର୍ଟର ସାହାଯ୍ୟ ନେବେ ବୋଲି କୁହାଯାଉଛି । ସେ କହିଛନ୍ତି ଯେ ଏହି ରେସ୍କ୍ୟୁ ଅପରେସନକୁ ସଫଳ କରିବା ପାଇଁ ପାଞ୍ଚଟି ବିକଳ୍ପ ନିଶ୍ଚିତ କରାଯାଇଥିଲା । ଏବଂ ଏଥିପାଇଁ ପାଞ୍ଚଟି ଭିନ୍ନ ଏଜେନ୍ସିକୁ ନିଆଯାଇଛି । ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ, ସତଲୁଜ ଜଳ ବିଦ୍ୟୁତ୍ ନିଗମ , ରେଳ ବିକାଶ ନିଗମ ଲିମିଟେଡ୍ ରାଜ୍ୟ ର୍ବ୍ୟିୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା କହିଛନ୍ତି । େ ଟନେଲ ଖୋଳିବା ଏବଂ ସେଥିରେ ପାଇପ ଭର୍ତ୍ତି କରିବା ପାଇଁ ଆଗର ମେସିନକୁ ପୁନଃ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ବ୍ୟତୀତ ଫସି ରହିଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯଉଛି । ଅନ୍ୟ ଏକ ବୃହତ ବ୍ୟାସ ପାଇପ୍ ଆବର୍ଜନାରେ ୪୨ ମିଟର ଗଭୀରରେ ଭର୍ତ୍ତି କରାଯାଇଛି ଯାହା ଦ୍ୱାରା ଆବଶ୍ୟକୀୟ ଜିନିଷ ସେମାନଙ୍କୁ ପ୍ରଦାନ କରାଯାଇପାରିବ । ସିହ୍ନା କହିଛନ୍ତି, ଯେ ଆବର୍ଜନା ପୃଷ୍ଠ ଏବଂ ଟନେଲର ଛାତ ମଧ୍ୟରେ ଥିବା ସ୍ଥାନକୁ ଯାଞ୍ଚ କରିବା ପାଇଁ ରୋବୋର୍ଟର ସାହାଯ୍ୟ ନିଆଯାଇପାରିବ । ଯାହା ଦ୍ୱାରା ଜୀବନ ସୁରକ୍ଷା ପାଇଁ ଏଠାରୁ କୌଣସି ପାଇପ୍ ଭର୍ତ୍ତି କରାଯାଇପାରିବ କି ନାହିଁ ତାହା ଜାଣିହେବ ।

Advertisement

Leave a Reply

Your email address will not be published. Required fields are marked *