Pratidin TV

Odisha's Digital News Platform

ସ୍କୁଲରେ ଶିକ୍ଷକଙ୍କ ଦ୍ଵାରା ଉଠବସ୍ ହେବାପରେ ଚାଲିଗଲା ଛାତ୍ରଙ୍କ ଜୀବନ …..

ଯାଜପୁର ; କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁତ୍ର ରୁଦ୍ର ନାରାୟଣ ସେଠୀ ଓରାଳି ସୂର୍ଯ୍ୟନାରାୟଣ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ର। ରୁଦ୍ର ନିୟମିତ ଭାବରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିଲା। ଗତକାଲି ଅପରାହ୍ନରେ ରୁଦ୍ର ତାର ୪/୫ ଜଣ ସାଙ୍ଗ ପିଲାଙ୍କ ସହିତ ସ୍କୁଲ ପରିସର ଭିତରେ ଦୌଡୁଥିଲେ ।

ଏହି ଘଟଣା ବିଦ୍ୟାଳୟର ଜୈନିକ ଶିକ୍ଷୟତ୍ରୀଙ୍କ ଦ୍ରୁଷ୍ଟି ଗୋଚର ହେବାରୁ ସମ୍ପୃକ୍ତ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଖକୁ ଡାକି ପାଠ ସମ୍ୱନ୍ଧରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ପିଲାମାନେ ଉତର ଦେଇପାରିନଥିଲେ । ସମ୍ପୃକ୍ତ ଶିକ୍ଷୟତ୍ରୀ ଜଣକ ପିଲାମାନଙ୍କୁ ଉଠବସ ହେବା ପାଇଁ କ‌ହିଥିଲେ । ୪/୫ ଜଣ ପିଲା ଉଠବସ ହେବା ସମୟରେ ମାତ୍ର ଦୁଇଥର ଉଠବସ ହୋଇ ରୁଦ୍ର ବେହୋସ ହୋଇ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ସ୍କୁଲ ପକ୍ଷରୁ ରୁଦ୍ରର ପିତାଙ୍କ ନିକଟକୁ ଖବର ଦିଆଯାଇ ଥିଲା।

ପରେ ରୁଦ୍ରକୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ମନ ନବୁଝିବାରୁ ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତି କରିଥିଲେ । ବଡ ମେଡିକାଲର ବିଭାଗୀୟ ଡାକ୍ତର ରୁଦ୍ରର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *