Pratidin TV

Odisha's Digital News Platform

ସୁଟ୍‌କେସରେ ପ୍ରେମିକାର ମୃତଦେହ , ଷ୍ଟେସନରେ ଛାଡି ଚାଲିଯାଉଥିଲା ପ୍ରେମିକ ହେଲେ ..

1 min read

ସୁନ୍ଦରଗଡ ; ମୁମ୍ବାଇ କୁର୍ଲା ଷ୍ଟେନରୁ ବନ୍ଦ ସୁଟକେସରେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର । ତେବେ ମୃତ ଯୁବତୀ ଜଣଙ୍କ ହେଉଛନ୍ତି ପ୍ରତିମା କିଶପଟ୍ଟା । ଓଡିଶାର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବନ୍ଦଲିକାନି ଗାଁରେ ତାଙ୍କ ଘର ବୋଲି ଜଣା ପଡିଛି । ମୁମ୍ବାଇରେ କିଛି ମାସ ହେବ ସେ ଜଣଙ୍କ ଘରେ ରହି କାମ କରୁଥିଲେ ।

ତେବେ ଯୁବତୀ ଜଣଙ୍କୁ ପ୍ରେମିକ ମନୋଜ ହତ୍ୟା କରିଛି ବୋଲି ପୋଲିସ ସୂଚନା ଦେଇଛି । ପ୍ରତିମାଙ୍କର ଅନ୍ୟ ପୁରୁଷ ସହ ପ୍ରେମ ସର୍ମ୍ପକକୁ ସନ୍ଦେହ କରି ପ୍ରେମିକ ମନୋଜ ଏପରି କାଣ୍ଡ ଘଟାଇଛି । ତେବେ ମନୋଜ୍ ମୁମ୍ବାଇରେ ରହି ଏକ ମିଠା ଦୋକାନରେ କାମ କରୁଥିଲେ । ମନୋଜଙ୍କ ଘର ଆସ୍କା ଅଂଚଳର । ପ୍ରତିମାଙ୍କ ଅନ୍ୟ ଯୁବକଙ୍କ ସହ ସଂପର୍କ ଥିବା ସନ୍ଦେହ କରି ଝଗଡା କରିଥିଲେ ମନୋଜ । ଏହା ପରେ ତାଙ୍କୁ ହତ୍ୟା କରି ସୁଟ୍‌କେସରେ ପୁରାଇ ଓଡିଶା ଫେରିବାକୁ ଚେଷ୍ଟା କରିଥିଲା। ମାତ୍ର ପୋଲିସ ନଜରରୁ ବର୍ତ୍ତପାରିନଥିଲା ପ୍ରେମିକ ମନୋଜ ବାର୍ଲା । ସୁଟକେସ୍‌କୁ ନେଇ ରେଲୱେ ପୋଲିସ ସନ୍ଦେହ କରିବା କାରଣରୁ ମୋନଜ ସେଠାରୁ ଖସିବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସ ତାକୁ ପିଛା କରି ଗିରଫ୍ କରିବାରେ ସଫଳ ହୋଇଛି।

Advertisement

Leave a Reply

Your email address will not be published. Required fields are marked *