ଫ୍ୟ।।କ୍ଟ୍ରିରେ ଶ୍ୱସରୁଦ୍ଧ ହୋଇ : ୩ ମୃତ
1 min readମୋହନା :ନାରୟଣୀ ନଗରରେ ଥିବା ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ କର୍ମଚାରୀଙ୍କ ମୃତ ହୋଇଥିବା ସୂଚନା ମିଳୁଛି । ରାତିରେ ଫ୍ୟାକ୍ଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଶ୍ୱାସ ରୁଦ୍ଧରୁ ମୃତ ହୋଇଛି ବୋଲି ଜଣପଡୁଛି । ତେବେ ସକାଳୁ ଫ୍ୟାକ୍ଟ୍ରି କବାଟ ପିଟି ପିଟି ନ ଖୋଲିବାରୁ ଫ୍ୟାକ୍ଟ୍ରି ମାଲିକ ପୋଲିସଙ୍କୁ ଡକାଇ ତାଙ୍କ ଉପସ୍ଥିତିରେ ଅଗ୍ନିସମବାହୀନି କବଟ କୁ ତାଡି ମୃତ ଶରୀରକୁ ବାହାରକରିଥିଲେ । ପୋଲିସ ୩ ଜଣଙ୍କ ଶବକୁ ,ଶବ ବ୍ୟାବିଛେଦ ନିମନ୍ତେ ମୋହନା ଚିକିସ୍ôାଳୟକୁ ପଠାଇଛି କିନ୍ତୁ ଏଯାଏଁ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ମୃତକ ୩ ଜଣ ହେଉଛନ୍ତି ଗଞାମ ଜିଲ୍ଲାର ଅରୁନ ସାହୁ ,ମୋହନା ଥାନା ଝାରସୁଗୁଡା ର ପ୍ରଭାକର ଦଳେଇ ଓ ସୁନିଲ ଦଳେଇ ।