ପୁଲିସ ଓ ମାଓବାଦୀ ଗୁଳି ବିନିମୟ , ବହୁ ମାଓ ସାମଗ୍ରୀ ଜବତ…
1 min readବୈାଦ୍ଧ: ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । କିଛି ବର୍ଷ ତଳେ ବୈାଦ୍ଧକୁ ମାଓ ମୁକ୍ତ ଜିଲ୍ଲା ଭାବରେ ଘୋଷଣା ହୋଇଥିବା ବେଳେ ପୁଣି ଥରେ ଜିଲ୍ଲାରେ ମାଓବାଦୀ ନିଜର ସ୍ଥିତି ଜାହାରି କରିଛି । ମାଓବାଦୀ ଓ ପୁଲିସ ଗୁଳିମୟ ଫଳରେ ବହୁ ମାଓ ସାମଗ୍ରୀ ଜବତ କରିଛି ପୁଲିସ । ଏନେଇ ଏସ୍,ପି ରାଜ ପ୍ରସାଦ ମଙ୍ଗଳବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
ସୂଚନା ମୁତାବିକ ଗତ ୧୬ ତାରିଖରେ ଜିଲ୍ଲାର ମନମୁଣ୍ଡା ଥାନା ଅର୍ନ୍ତଗତ ଶଗଡା ଫାଣ୍ଡି ଅଂଚଳରେ ଥିବା ରାବେଣଶ୍ୱର ଜଙ୍ଗଲରେ ୩୫ରୁ ୪୦ ମାଓବାଦୀ ବୁଲୁଛନ୍ତି ବୋଲି ପୁଲିସକୁ ଖବର ମିଳିଲା ଯେ । ଖବରପାଇବା କ୍ଷଣି ଏସଓଜି ଓ ଡିଭିଏଫ ମାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଥିଲା । ଗତ ୧୯ ତାରିଖରେ ମାଓବାଦୀ ମାନେ ହଠାତ ପୁଲିସ ଫୋର୍ସ ଉପରକୁ ଗୁଳିବିନିମୟ କରିବା ସହିତ ବମ୍ବିଙ୍ଗ କରିଥିଲେ । ପୁଲିସ ମଧ୍ୟ ୪୫ରୁ ୫୦ ମିନିଟ ଧରି ପାଲଟା ଫାଇରିଙ୍ଗ କରିବା ପରେ ମାଓବାଦୀ ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବ୍ୟବହୃତ ସମାଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ । ଏଥିରେ ମହିଳାମାନଙ୍କ ବସ୍ତ୍ର ଜବତ କରାଯାଇଥିବାରୁ ମହିଳା ମାଓବାଦୀ ମାନେ ମଧ୍ୟ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରିଛି । ମାଓ ସାମଗ୍ରୀ ଗୁଡିକ ଜବତ ପରେ ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ନେଇଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସାଦ ସୁଚନା ଦେଇଥିଲେ ।