Pratidin TV

Odisha's Digital News Platform

ପାଖରେ ନାହିଁ ଅର୍ଥ ବିଛଣାରେ ସ୍ୱାମୀ, ଚିକିତ୍ସା ପାଇଁ ସରକାରଙ୍କୁ ସାହାଯ୍ୟ ମାଗୁଛି ନିରୂପମା..

1 min read

କେନ୍ଦ୍ରାପଡା : ଶରୀର ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଛି । ଉଠିଲେ ବସି ହେଉନି କି ବସିଲେ ଉଠି ହଉନି । ୨୦୦୯ ମସିହାରୁ ଶରୀର ଅସୁସ୍ଥ ହେଲା ଅନେକ ଚିକିତ୍ସା ପରେ ବି ଡାକ୍ତର କିଛି ଜାଣିପାରିଲେ ନାହିଁ ଯେ ତାଙ୍କର କଣ ହୋଇଛି । ଆଉ ଯେତେବେଳେ ଜାଣିଲେ ଶରୀର ସେତେବେଳକୁ ଷ୍ଟ୍ରିପ ହୋଇଗଲାଣି । ଶେଷରେ ଡାକ୍ତର କହିଲେ ଏହି ରୋଗର କୌଣସି ଚିକିତ୍ସା ନାହିଁ । ଧୀରେ ଧୀରେ ଏମିତି ଶରୀର ଆହୁରି ଅସୁସ୍ଥ ହୋଇ ପଡିଲା । ଏମିତିକି ଔଷଧ ଖାଇବା ପାଇଁ ପାଖରେ ଟଙ୍କାଟିଏ ବି ରହିଲା ନାହିଁ । ସେତେବେଳେ ମୁଣ୍ଡରେ ଚଡକ ପଡିଲା କେମିତି ଔଷଧ ଖାଇବି ଆଉ ସ୍ତ୍ରୀ ଛୁଆଙ୍କ ପେଟ ପୋଷିବାକୁ ପାଇଁ କେଉଁଠୁ ଟଙ୍କା ଆଣିବି । କିଛି ଏଭଳି ହୃଦୟ ବିଦାରକ କାହାଣୀ କେନ୍ଦ୍ରାପଡାରୁ ଆସିଛି । ଆମେ କହୁଛୁ କେନ୍ଦ୍ରାପଡ଼ା ବ୍ଲକ ଅଧିନସ୍ତ ଚାରିଗାଁ ଗ୍ରାମର ନିରାକାର କାଣ୍ଡିଙ୍କ କଥା । ପରିବାର କହିଲେ ୫ଜଣ । କଷ୍ଟେମଷ୍ଟେ ପରିବାର ଚଳି ଯାଉଥିବା ବେଳେ ହଠାତ ଛାଇ ଯାଇଥିଲା କଳା ବାଦଲ ।

ରୋଗାଗ୍ରସ୍ତ ହୋଇପଡିଲେ ନିରାକାର ।ଫଳରେ ବନ୍ଦ ହୋଇଗଲା ପରିବାର ଦାନାପାଣି । ଦୀର୍ଘବର୍ଷ ହେଲା ସେ ବିଛଣାରେ ପଡ଼ି ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି । ଦୁଇ ହାତରେ ଦୁଇଟି ଆଶାବାଡ଼ି ଧରିଲେ ଠିଆହୁଅନ୍ତି । ଚାଲିବାକୁ କାହାର ଆଶ୍ରା ଲୋଡ଼ନ୍ତି ନିରାକାର । ୨୦୦୯ ମସିହାରୁ ଶରୀର ଅସୁସ୍ଥ ହେଲାପରେ ରୋଜଗାର ନାହିଁ ଅନ୍ୟର ହାତଟେକାରେ ଚଳୁଥିବା ପରିବାର ପାଇଁ ତିନୋଟି ପୁଅଙ୍କୁ ପାଠ ପଢ଼ାଇବା ଏବେ ପୀଡିତଙ୍କ ପାଇଁ ଏକ ଚାଲେଞ୍ଜ ହୋଇଯାଇଛି । ଅନ୍ୟ ପକ୍ଷରେ ସ୍ୱାମୀଙ୍କ ପାଇଁ ଖଣ୍ଡିଏ ଚାରି ଚକିଆ ସ୍କୁଟି ପାଇଁ କେତେ ଅଧିକାରୀଙ୍କ କାର୍ଯ୍ୟାଳୟ ଘୁରି ବୁଲିଛନ୍ତି ସ୍ତ୍ରୀ ନିରୁପମା ହେଲେ କେହି ଶୁଣୁ ନାଁହାନ୍ତି ଦୁଃଖିନୀର ଦୁଃଖ ।

Advertisement

ତେବେ ବନ୍ଧୁ ବାନ୍ଧବଙ୍କ ପାଖରୁ ୫୦ , ୧୦୦ ୧୦୦୦ ମାଗି ପରିବାର ଚଳାଇବାକୁ ପଡୁଛି । ସେଥିରେ ତିନି ତିନୋଟି ପିଲାଙ୍କୁ ପାଠ ପଢ଼ାଇବା କେତେ କଷ୍ଟ ସେକଥା ଭଗବାନଙ୍କୁ ହିଁ ଜଣା । ସେ କୁଆଡେ ଯାଇ ପାରୁ ନ ଥିବାରୁ ସ୍ତ୍ରୀ ନିରୂପମା ସ୍ୱାମୀର ଦୁôଖ ଜଣାଇବାକୁ ସରପଞ୍ଚ ଠାରୁ ଆରମ୍ଭ କରି ବି ଡି ଓ ପର୍ଯ୍ୟନ୍ତ ଗଲେ ହେଲେ କେହି ଶୁଣୁନାଁହାନ୍ତି ସେମାନଙ୍କ ଦୁଃଖ । ତେବେ ନିରୁପମା ପିଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ ଏ ବି ଡି ଓ ଙ୍କୁ ଭେଟି ଦୁଃଖ ଜଣାଇ ଲିଖିତ ଅଭିଯୋଗ କରିଥିଲେ । ତେବେ ବି ଡି ଓ ମହୋଦୟ ପୀଡ଼ିତଙ୍କ ଅଭିଯୋଗ ଶୁଣି ତାହା କିପରି କାର୍ଯ୍ୟକାରୀ ହୋଇ ପୀଡିତ ଙ୍କୁ ସରକାରୀ ସହାୟତା ଯୋଗାଇ ଦେଇ ହବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ କେବେ ନିରାକାର ଙ୍କୁ ସରକାର ସହାୟତା ମିଳୁଛି ତାହା ଖାଲି ବାକି ରହିଲା ।

Leave a Reply

Your email address will not be published. Required fields are marked *